ନୂଆଦିଲ୍ଲୀ– ବିଶ୍ୱରେ କରୋନାରେ ୬ କୋଟି ୭୯ ଲକ୍ଷ ୩ ହଜାର ୨୨୬ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ସେହିପରି ବେଳେ ୧୫ ଲକ୍ଷ ୪୯ ହଜାର ୬୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ହୋଇଥିବା ୪ କୋଟି ୬୯ ଲକ୍ଷ ୮୯ ହଜାର ୭୬୫ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୯୩ ଲକ୍ଷ ୬୩ ହଜାର ୭୬୫ ଜଣ ଲୋକ ସକ୍ରିୟ ଅଛନ୍ତି ।
ସେହିପରି ଆମେରିକାରେ ଆଜି ସକାଳ ସାଢ଼େ ୬ଟା ୩୦ ସୁଦ୍ଧା କୋଟିଏ ୫୩ ଲକ୍ଷ ୫୧ ହଜାର ୨୩୦ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୯୦ ହଜାର ୭୩ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୮୯ ଲକ୍ଷ ୭୮ ହଜାର ୮୨୯ ଜଣ ସୁସ୍ଥ ହୋଇଥିବା ବେଳେ ୬୦ ଲକ୍ଷ ୮୧ ହଜାର ୯୬୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୬ ହଜାର ୯୪୪ ଜଣ ଗୁରୁତର ଅଛନ୍ତି ।