
କେନ୍ଦୁଝର– କେନ୍ଦୁଝର ଜିଲ୍ଲା ୪୯ ନଂ ଜାତୀୟ ରାଜପଥର କାଞ୍ଜିପାଣି ଘାଟି ନିକଟରେ ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝରରୁ ତେଲକୋଇ ଆସୁଥିବା ଏକ ବୋଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଡ଼୍ରାଇଭର ଗୁରୁତର ହୋଇଛି । ଚାନ୍ଦିପାଣି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଡ୍ରାଇଭରକୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛନ୍ତି ।