
ପଟ୍ଟାମୁଣ୍ଡାଇ– ବ୍ରାହ୍ମଣୀ ନଦୀର ବନ୍ୟା ଜଳ ଶୀଘ୍ର ନିଷ୍କାସନ ସହ ଏହି ନଦୀକୁ ଚିରସ୍ରୋତା କରିବା ପାଇଁ ରବିବାର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଠାରେ ଜିଲ୍ଲା ଜନମଞ୍ଚ ତଥା ବ୍ରାହ୍ମଣୀ ବଞ୍ଚାଅ ସମିତି ପକ୍ଷରୁ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜନମଞ୍ଚ ଦୁର୍ଯ୍ୟୋଧନ ପରିଡା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ମଦନପୁର କଟ୍ ତୁରନ୍ତ କାର୍ଯ୍ୟକ୍ଷମ କରିବା ସଙ୍ଗେ ସଙ୍ଗେ ଜେନାପୁର ଓ ଯୋକଡିଆ ଠାରେ ବ୍ରାହ୍ମଣୀ ନଦୀରେ ବ୍ୟାରେଜ ନିର୍ମାଣ କଲେ ହଜାର ହଜାର ଚାଷୀ ମାନେ ଉପକୃତ ହୋଇପାରିବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏଥି ସହିତ ପୋତି ହୋଇ ପଡୁଥିବା ବ୍ରାହ୍ମଣୀ ନଦୀକୁ ଖନନ କରି ଚିରସ୍ରୋତା କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ବୈଠକରେ ଦାବି ଉପସ୍ଥାପନ କରାଯାଇଛି ।
ଏହି ଏହି ବୈଠକରେ ବରିଷ୍ଠ ସଭ୍ୟ ଗୌରାଙ୍ଗ ବେହେରା, ବାବାଜୀ ପରିଡା, ଯାଜପୁର ବ୍ରାହ୍ମଣୀ ବଞ୍ଚାଅ ସମିତିର ଲୋକନାଥ ଦାସ, ନୃସିଂହ ବେହେରା, ଦିଲ୍ଲୀପ ଦାସ, ସର୍ବେଶ୍ବର ସୈଠୀ, ସୁଶାନ୍ତ ରାଉତ, ରବିନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଆଗାମୀ ଦିନରେ ଏହି ସଂଗଠନ ପକ୍ଷରୁ ମିଳିତ ଭାବରେ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରାଯିବ । ଜନମଞ୍ଚର ୨୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏକ ସ୍ମରଣିକା ପ୍ରକାଶ କରାଯିବ । ମଦନପୁର ସମ୍ପର୍କରେ ଇତିବୃତି ଇତିବୃତି ପ୍ରକାଶ କରାଯିବ । ୨୫ ବର୍ଷର ପୂର୍ତ୍ତି ଉପଲକ୍ଷେ ଦୁଇଟି କମିଟି ଗଠନ କରାଯାଇ ରବୀନ୍ଦ୍ର ପରିଡା, ଗୌରାଙ୍ଗ ବେହେରାଙ୍କୁ ଆବାହକ ଚୟନ କରାଯାଇଛି । ଏହି ବୈଠକରେ ପାରେଶ୍ବର ବିଶ୍ବାଳ, ମଳୟ ଓଝା, ଅମୀୟ କର, ଗୋକୁଳ ରାଉତ, ସରୋଜ ପଣ୍ଡା, ବାବାଜୀ ଦାସ, ଖେତ୍ରବାସୀ ପ୍ରଧାନ, କୃପାସିନ୍ଧୁ ସାମଲ, ଖିରୋଦ ଦାସ, ରଞ୍ଜନ ଭୁଆଁ, ଉମେଶ ସାମଲ , ସଂଜୀବ ରାଉତ, ଚନ୍ଦ୍ର ଶେଖର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଶଶୀଭୂଷଣ କୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO