
ପୁରୀ– ପୁରୀ ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମସ୍ୟାକୁ ନେଇ ଭାରତୀୟ ଜନତା ଯୁବ ମୋର୍ଚ୍ଚା (ବିଜେୱାଇଏମ) ପକ୍ଷରୁ ଜ଼ିଲ୍ଲାପାଳଙ୍କୁ ଏ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଡାକ୍ତର, ନର୍ସ ରୋଗୀଙ୍କ ସେବାରେ ଅବହେଳା କରୁଛନ୍ତି l ମହିଳାଙ୍କ ପ୍ରସବ ପାଇଁ ତିନିରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ କରିଛନ୍ତି l ଏହି ବ୍ୟବସ୍ଥା ବନ୍ଦ ପାଇଁ ଦାବୀ କରିଛନ୍ତି l ଯୁବନେତା ଜୟନ୍ତ ଦାଶଙ୍କ ନେତୃତ୍ୱରେ ଯୁବକମାନେ ଜିଲ୍ଲାପାଳଙ୍କୁ ଭେଟିଥିବା ଜଣାପଡିଛି ।