
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ , ବୁଧବାର ମାର୍ଗଶିର କୃଷ୍ଣ ପକ୍ଷ ଦ୍ଵିତୀୟା ତିଥିରେ ଶ୍ରୀଜୀଉମାଙ୍କ “ବନକଲାଗି” ବା “ଶ୍ରୀମୁଖ ସିଂହାର” ନୀତି ଦ୍ୱିପ୍ରହର ଧୂପ ପରେ ଅନୁଷ୍ଠିତ ହୋଇଅଛି । ଆଜି ମହାପ୍ରଭୁଙ୍କ ଶ୍ରୀମନ୍ଦିର ଦ୍ୱାରା ଫିଟା ପ୍ରତଃ ଘ.୬.୦୫ ରେ ଅନୁଷ୍ଠିତ ହୋଇଥିଲା , ମଙ୍ଗଳ ଆଳତି ଘ.୬.୫୦ ମି. ,ମଇଲମ ଘ ୬.୫୫ ମି , ତଡପ ଲାଗି ଘ.୭.୨୦ , ଅବକାଶ ଘ.୭.୪୫ ,ମଇଲମ ଘ୭.୫୦ ,ରୋଷ ହୋମ ଘ.୮.୦୫ ,ସୂର୍ଯ୍ୟ – ପୂଜା ଘ.୮.୨୦ ,ଗୋପାଳ ବଲ୍ଲବ ଘ.୯.୦, ରୁ ଘ.୯.୧୫,ସକାଳଧୂପ ଘ.୯.୪୦. ରୁ ଘ. ୧୧.୦୦ ହୋଇଥିଲା ,ଏହା ପରବର୍ତ୍ତୀ ନୀତି ପରେ ଦ୍ଵତୀୟ ଭୋଗମଣ୍ଡପ ଘ.୩.୧୦ ମି.ରେ ଆରମ୍ଭ ହୋଇ ଘ.୩.୨୦ ରେ ଶେଷ ହେବାପରେ , ଭିତର ଧୋ ପଖାଳ ହେଲାପରେ ପାଳିଆ ଖୁଣ୍ଟିଆ ଦକ୍ଷିଣଦ୍ୱାର ଲଣ୍ଡା ବର୍ତ୍ତ ଠାରେ ଥିବା ତିନି ଜଣ ପାଳିଆ ପଶୁପାଳକ ଙ୍କୁ ମଇଲମକୁ ଯିବାକୁ ଡାକିଥିଲେ । ପାଳିଆପୁଷ୍ପାଳକ ସିଂହାସନକୁ ଉଠି ଗରାବଡୁ ଙ୍କ ଠାରୁ ହାତୁଆଣି (ପାଣି) ନେଇ ହାତଧୋଇ ମଇଲମ କରିଥିଲେ ।ଚାଙ୍ଗଡ଼ା ମେକାପ ତିନିବାଡରେ ତଡପ ଯୋଗାଇଥିଲେ , ମଇଲମ ପରେ ପାଳିଆଖୁଣ୍ଟିଆ ମାଳ ଫୁଲ ନେଇ ଯୋଗାଇଥିଲେ,ତିନି ବାଡ଼ରେ ଫୁଲ ଲାଗିହୋଇ କର୍ପୁର ଲାଗି ହୋଇଥିଲା |ଏହାପରେ ପଶୁପାଳକମାନେ ସିଂହାସନ ତଳକୁ ଓଲାହି ତିନିବାଡରେ କର୍ପୁର ଆଳତି ଓ ସଞ୍ଜ ଆଳତି କରି ମଧ୍ୟାନ ପହୁଡ଼ ଆଳତି ସମ୍ପର୍ଣ୍ଣ କରିଥିଲେ । ଏହାପରେ ଶ୍ରୀଜଉମାନଙ୍କର “ବନକ” ଲାଗି ବା “ଶ୍ରୀ ମୁଖ ସିଂହାର” ନୀତି ପାଇଁ ପାଳିଆ ପଢ଼ିଆରୀ ଜୟବିଜୟ ଦ୍ୱାର ବନ୍ଦ କରିଥିଲେ ,ଜୟବିଜୟ ଦ୍ୱାର ବନ୍ଦ ହେବାପରେ ତିନି ଜଣ ଦତ୍ତ ମହାପାତ୍ରେ ଘ.୩.୫୫ ମି. ରେ ବନକ ସାମଗ୍ରୀ ବନକ ବାଟି ରୁପା ସଢେଇ ରେ ରଖି ବନକ ପେଡ଼ି ଧରି ବେହରଣ ଦ୍ୱାର ଦେଇ ଭିତରକୁ ଆସି ସିଂହାସନକୁ ଉଠିଥିଲେ । ଗରାବଡୁ ଠାରୁ ହାତୁଆଣି(ପାଣି)ନେଇ ବନକ ଲାଗି ଆରମ୍ଭ କରିଥିଲେ । ମୁଦୁଲି ତିନି ଗୋଟି ରୂପାପୀଙ୍ଗଣରେ କର୍ପୁର ଜଳ ଏବଂ ଚାଙ୍ଗଡ଼ା ମେକାପ ତିନିଗୋଟି ଶ୍ରୀକାପଡା ଦେଇଥିଲେ, ମଝି ବାଡ଼ରେ ବନକଲାଗି ହେବା ସମୟରେ ପାଳିଆମେକାପ, ଅଖଣ୍ଡ ମେକାପଙ୍କ ଠାରୁ ବଇଠା ନେଇ ଦେଖାଇଥିଲେ |ମହାପ୍ରଭୁଙ୍କ ଏହି ବନକଲାଗି ସମ୍ପର୍ଣ୍ଣ ପାଇଁ ୩ଘଣ୍ଟା ଲାଗିଥିଲା । ବନକ ଲାଗି ପରେ ଦତ୍ତ ସିଂହସନରୁ ସନ୍ଧ୍ୟା ଘ.୭.୦୦ ମି ରେ ଓଲାହିଥିଲେ । ଏହାପରେ ପାଳିଆ ମେକାପ ସିଂହାସନ ଉପରକୁ ଉଠି ସିଂହାସନ ଧୋଇଥିଲେ ।ଏହାପରେ ତିନିଜଣ ପୂଜାପଣ୍ଡା ସାମନ୍ତେ ସିଂହାସନ ତଳେ ବସି ଠାକୁରଙ୍କୁ ପଞ୍ଚାମୂର୍ତ୍ତରେ ମହା – ସ୍ନାନ କରିଥିଲେ ।
ଏହାପରେ ମହାପ୍ରଭୁଙ୍କ ସଂଧ୍ୟା ଆଳତି, ସନ୍ଧ୍ୟା ଧୂପ,ଚନ୍ଦନଲାଗି, ବଡ଼ସିଂହାର ବେଶ,ବଡ଼ସିଂହାର ଭୋଗ, ଏବଂ ରାତ୍ର ପହୁଡ଼ ଅନୁଷ୍ଟିତ ହେବ|
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO