ଭୁବନେଶ୍ୱର – ଏମଡିଏଚ ମସଲା ଗ୍ରୁପର ପ୍ରତିଷ୍ଠାତା ମହାଶୟ ଧର୍ମପାଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସେ ଶୋକ ପ୍ରକାଶ କରି କହିଛନ୍ତି ଯେ ସେ ଭାରତର ଉଦ୍ୟମିତା ଯାତ୍ରାର ଏକ ଉଦାହରଣ ଥିଲେ । ସେ ଏମଡିଏଚ ମସାଲାକୁ ଏକ ଆଇକନିକ ବ୍ରାଂଡରେ ପରିଣତ କରିଥିଲେ । ଲୋକ ମାନଙ୍କର ସେବା କାମ ପାଇଁ ସେ ସବୁବେଳେ ମନେ ରହିବେ ।