

Related Stories
May 11, 2025
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,ବଡ଼ଦାଣ୍ଡ ସ୍ଥିତ ଧର୍ମଜ୍ୟୋତି ସମ୍ମିଳନୀ କକ୍ଷରେ ଆଧ୍ୟାତ୍ମିକ ଅନୁଷ୍ଠାନ ବୋଧିଚକ୍ର ପକ୍ଷରୁ ଆଧ୍ୟାତ୍ମିକ ବୌଦ୍ଧିକ ଆଲୋଚନା ଚକ୍ର ଏବଂ ସୁନାମଧନ୍ୟ ଚିକିତ୍ସକ ସ୍ବର୍ଗତଃ କ୍ଷ୍ମୀନାରାୟଣ ମହାପାତ୍ରଙ୍କ ସ୍ମୃତିସଭା ଅନୁଷ୍ଠାନର ସଭାପତି ଇଂ. ଗିରିଜା ଶଙ୍କର ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି ଆଲୋଚନା ଚକ୍ରରେ ଡଃ. ସୁରେନ୍ଦ୍ରନାଥ ପତି, ପ୍ରାବନ୍ଧିକ ସତ୍ୟନାରାୟଣ ମିଶ୍ର, ଡଃ ବଳରାମ ଦାଶ,ଶ୍ରୀମତୀ ରଞ୍ଜିତା ମହାପାତ୍ର, ଅଭିବକ୍ତ ଅଶୋକ କୁମାର ପାଢ଼ୀ, ‘ଶିଶୁ ସମାଚାର’ ସଂପାଦକ ସୁକାନ୍ତ ପଣ୍ଡା, ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଅଂଶଗ୍ରହଣ କରି କାମ, କ୍ରୋଧ, କପଟାଚାର, କୁଳଙ୍ଗ,କୁ-ସଂସ୍କୃତିରୁ ବ୍ୟକ୍ତି ଦୂରେଇ ରହିଲେ ଏକ ଉତ୍ତମ ସମାଜ ପ୍ରତିଷ୍ଠା ହୋଇପାରିବ ବୋଲି କହିଥିଲେ ।ଉପସ୍ଥିତ ଅତିଥିମାନଙ୍କ ଦ୍ବାରା ମାନବବାଦୀ, ଉତ୍ତମ ଚିକିତ୍ସକ, ଅନୁଷ୍ଠାନର ପୃଷ୍ଠପୋଷକ ସ୍ବର୍ଗତଃ ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବତା ପାଳନ କରାଯିବା ସହ ସ୍ମୃତିଚାରଣ କରାଯାଇଥିଲା ।ପ୍ରାରମ୍ଭରେ ଅନୁଷ୍ଠାନର ସଂପାଦକ ରମାବଲ୍ଲଭ ମହାପାତ୍ର କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସକ୍ରିୟ ସଭ୍ୟ ଉପାସକ ଉମେଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡଃ ମହାପାତ୍ରଙ୍କ ପରିବାର ବର୍ଗ ଏବଂ ଅନୁଷ୍ଠାନର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।