
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,ସହରରେ କୁକୁର ବଂଶବୃଦ୍ଧି ନିୟନ୍ତ୍ରଣ କରିବା ନିମନ୍ତେ ଜିଲ୍ଲାପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ସଂକ୍ରାନ୍ତୀୟ ଷ୍ଟିୟରିଂ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଗୋଟିଏ ମାସ ମଧ୍ୟରେ ପ୍ରାୟ ୮୪ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଛି । ଦିନକୁ ୧୨ଟି କୁକୁରର ଜନ୍ମ ନିଯନ୍ତ୍ରଣ କରାଯିବା ନେଇ ଲକ୍ଷ ରଖାଯାଇଛି। ପ୍ରତ୍ୟେକ କୁକୁର ପିଛା ୨୫୦ ଟଙ୍କା ଖର୍ଚ୍ଚ କରାଯିବ । ଏସଂକ୍ରାନ୍ତୀୟ ପ୍ରସ୍ତାବ ସରକାରଙ୍କୁ ପଠାଯିବ । ଏଥିପାଇଁ ଆଉ ଜଣେ ସର୍ଜନ, ଦୁଇ ଜଣ ବୈଷୟିକ ସହାୟକ, ଜଣେ ପ୍ରଶିକ୍ଷତ କୁକୁର ଧରାଳିଙ୍କୁ ନିଯୁକ୍ତ ଦିଆଯିବ । କୁକୁର ରହିବାସ୍ଥାନ, ବନ୍ଧ୍ୟାକରଣ କକ୍ଷ ଏବଂ ଆବଶ୍ୟକୀୟ ଉପକରଣ ବ୍ୟବସ୍ଥା କରିଯିବ ।
ପ୍ରାଣୀ ହିଂସା ବିରୋଧୀ ସମିତିର ଜଣେ ଅଧିକାରୀ ନିଯୁକ୍ତ ହେବେ । କୁକୁର ମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଏକ ଏଜେନ୍ସି ଚୟନ କରାଯିବ । ଏଥିନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ଏହି ଅବସରରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡଃ ପ୍ରସନ୍ନ କୁମାର ପୃଷ୍ଟି, ଏସଡିଭିଓ ଡଃ ଉମେଶ ଚନ୍ଦ୍ର ବେହେରା, ଡଃ ଦେବାଶିଷ ପରିଜା, ଶ୍ରୀ ସୁଜିତ ଚକ୍ରବର୍ତ୍ତୀ, ପୁରୀ ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO