
ବେଲଗୁଣ୍ଠା,ଆଜି ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କବିରାଜପୁର ସ୍ଥିତ ବୁଢାକେନ୍ଦୁ ଶିଳ୍ପ ତାଲିମ କେନ୍ଦ୍ରରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଦ୍ୱାରା ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ପରିଚାଳନା ସମିତି ସଭାପତି ଦେବେଶ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଚିତ୍ତ ରଞ୍ଜନ ରଥ ,ସଂଯୋଜକ ରମେଶ୍ ଚନ୍ଦ୍ର ମହାପାତ୍ରଙ୍କ ସମେତ ଅନୁଷ୍ଠାନର ତାଲିମ୍ ଶିକ୍ଷକ ସନ୍ତୋଷ କୁମାର ପାଢୀ, ସୁରେଶ କୁମାର ଗୌଡ, ସୁମନ୍ତ କୁମାର ନାୟକ, ଦିଗାମ୍ବର ରଥ ପ୍ରମୁଖ ସହଯୋଗ କରିଥିଲେ I ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଅଧିକାରୀମାନେ ଛାତ୍ରମାନଙ୍କୁ ଉଚିତ୍ ମାର୍ଗ ଦର୍ଶନ କରିଥିଲେ I କାର୍ଯ୍ୟକ୍ରମରେ 70 ରୁ ଅଧିକ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ I ଶେଷରେ ସମ୍ପାଦକ ଶ୍ରୀଯୁକ୍ତ ରଥ ଧନ୍ୟବାଦ ଜ୍ଞାପନ କରିଥିଲେ I
ଶିବରାମ ଚୌଧୁରୀ