
ପୁରୀ : ପବିତ୍ର କାର୍ତ୍ତିକ ମାସ ଏକାଦଶୀ ତିଥିରେ ଆରମ୍ଭ ହୋଇଥିବା ପଂଚକ ମହୋତ୍ସବ ପୂର୍ଣ୍ଣିମା ରେ ଉଦଯାପିତ ହୋଇଯାଇଛି। ବଡଦାଣ୍ଡ ସ୍ଥିତ ମା ମାଉସୀମା ମନ୍ଦିର ପ୍ରାଙ୍ଗଣରେ ୬ଦିନ ବ୍ଯାପି ଅନୁଷ୍ଠିତ ଉସବ ର ବିଭିନ୍ନ ଦିବସ ରେ ସୁନାମ ଧନ୍ଯ ପ୍ରବକ୍ତା ଜଗନ୍ନାଥ ମହାପ୍ରଭୁ ଙ୍କ ଉପରେ ସାରଗର୍ଭକ ପ୍ରବଚନ ଦେଇଥିଲେ। ଉଦଯାପନୀ ଉତ୍ସବରେ ରାଧା ଶ୍ଯାମ ସୁନ୍ଦର ସଂକିତ୍ତନ ମଣ୍ଡଳି ମୁଖ୍ୟ ରାଧା ଶ୍ଯାମ ବିଷୋୟୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳିତ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପ୍ରାରମ୍ଭରେ ସଂକିତ୍ତନ ମଣ୍ଡଳି ଦ୍ବାରା ନାମ ସଂକିତ୍ତନ କରାଯାଇଥିଲା। ପରେ ପ୍ରବକ୍ତା ହେମାଙ୍ଗିନୀ ଶାସ୍ତ୍ରି ପ୍ରବଚନ ଦେଇଥିଲେ। ଶେଷରେ ଶ୍ରୀ କ୍ଷେତ୍ର ଭଜନ ମଂଚ କଳାକାର ମାନଙ୍କ ଦ୍ବାରା ଭକ୍ତିପୂର୍ଣ୍ଣ ଭଜନ ପରିବେଷଣ କରାଯାଇଥିଲା।
ଭଜନ କାର୍ଯ୍ୟକ୍ରମ କୁ ରାଜେନ୍ଦ୍ର ସାହୁ, ଭଗବାନ ମିଶ୍ର ପରିଚାଳନା କରିଥିଲେ। କୁମାର ଭଗବାନ, ଅଚ୍ୟୁତ ମହାରଣା, ମମତା ଶ୍ରୀ ଚନ୍ଦନ ଭଜନ ପରିବେଷଣ କରିଥିଲେ। ପବ୍ଲିକ୍ ଫୋରମ ର ସଭାପତି ଆର୍ତ୍ତତ୍ରାଣ ତ୍ରିପାଠୀ, ମାଉସୀମା ପୂଜକ ଶୁଭେନ୍ଦୁ କୁମାର ତ୍ରିପାଠୀ, ସିଦ୍ଧେଶ୍ବର ପଟ୍ଟନାୟକ , ଗୋପୀନାଥ ମହାନ୍ତି, କୋଷାଧ୍ୟକ୍ଷ ଜ୍ଯୋତି ପ୍ରକାଶ ଜେନା,ଗୋପାଳ କୃଷ୍ଣ ସାମନ୍ତରାୟ,ଭାରତ ନାୟକ, ବିଶ୍ବନାଥ ମିଶ୍ର, ବଦ୍ରି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO