
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,ପୁରୀ ଜ଼ିଲ୍ଲା ରେ ଛାତ୍ର କଂଗ୍ରେସ କୁ ମଜବୁତ କରିବାକୁ ଏବଂ ପୁରୀ ର ସମସ୍ତ ବିଧାନସଭା କ୍ଷେତ୍ର ରେ ଛାତ୍ର ଓ ଛାତ୍ରୀ ଙ୍କ ଉପରେ ଅନ୍ୟାୟ ବିରୋଧ ରେ ଲଢେଇ ଜୋରଦାର କରିବାକୁ ଏବଂ କେନ୍ଦ୍ର ସରକାର ଓ ଓଡିଶା ସରକାର ଯୋଉଭଳି ଭାବେ ଛାତ୍ର ଙ୍କ ହକ ଛଡେଇ ନେଉଛନ୍ତି | ଯୋଉଭଳି ଛାତ୍ର ଛାତ୍ରୀ ଙ୍କ ପାଠ ପଢା ର ମୂଲ୍ୟବୋଧ କୁ ବେକାର କରିଦେଲେଣି ରାଜ୍ୟ ଓ କେନ୍ଦ୍ର ସରକାର | ହୁ ହୁ ହୋଇ ବଢିଚାଲିଥିବା ବେକାର ସଂଖ୍ୟା କୁ ନେଇ ଆଗାମୀ ଦିନରେ ଜୋରଦାର ଲଢେଇ କରିବା ପାଇଁ, ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ କୁ ଏକଜୁଟ କରି ମଜବୁତ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ | ଆଜିର ଛାତ୍ର କଂଗ୍ରେସ ର ସାଧାରଣ ସଭା କୁ ସଭାପତିତ୍ୱ କରିଥିବା ରାଜ୍ୟ ଛାତ୍ର କଂଗ୍ରେସ ପ୍ରଭାରୀ ରୋଶନ ଲାଲ ବିଟ୍ଟୁ ଓ ପୂର୍ବ ଓଡିଶା ସହ ପ୍ରଭାରୀ ଆଦିତ୍ୟ ଚୌଧୁରୀ ଙ୍କ ତତ୍ଵାବସ୍ଥାନ ରେ ପୁରୀ ଜ଼ିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ ର ନେତୃତ୍ୱ ନେଉଥିବା ପୁରୀ ଜ଼ିଲ୍ଲା ଯୁବନେତା
ଆଲୋକ କୁମାର ଦାଶ ମଧ୍ୟ ହକ ପାଇଁ ଲଢେଇ ଜାରି ରଖିବାକୁ ତାଙ୍କ ମନ୍ତବ୍ୟ ରେ ସେ ଛାତ୍ର କଂଗ୍ରେସ ର କର୍ମୀ ଙ୍କୁ କହିଥିଲେ | ଏହା ସହ ଦଳ ର କୌଣସି ପୋଷ୍ଟ ର ଆଶା ନକରି ହକ ପାଇଁ ଲଢେଇ ଯୋଉଭଳି ଭାବେ ଜାରି ରଖାଯାଇଛି ଏହା ଜାରି ରହିବ ଓ ସମାଜ ସେବା ରେ ସମସ୍ତେ ଲିପ୍ତ ରହିବାକୁ ସେ ଅନୁରୋଧ କରିଥିଲେ | ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ ର ପୂର୍ବତନ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର ସଭା କୁ ଆରମ୍ଭ କରିବା ସହ ସଭା କୁ ସମାପ୍ତ କରିଥିଲେ | ସେ ତାଙ୍କ ବକ୍ତବ୍ୟ ରେ କଂଗ୍ରେସ ଦଳ ବହୁ ପୁରାତନ ଦଳ ଏହି ଦଳ ଦେଶ ମୌତରିକା ପାଇଁ ବହୁ ଲଢୁଆ ନେତା ଙ୍କୁ ହରାଇଛି ଦେଶ ପାଇଁ ସହିଦ ହୋଇଛନ୍ତି |ଆଜି ସେଇ ଦଳ ରେ ଆମେ ମାନେ ଏକାଠି ହୋଇଛେ ଏଥିପାଇଁ ସମସ୍ତ ଛାତ୍ର ଓ ଛାତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଛାତ୍ର କଂଗ୍ରେସ କୁ ଆହୁରି ମଜବୁତ କରିବା ନିମନ୍ତେ ପ୍ରତିଜ୍ଞା ନେଇଥିଲେ |