କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଆମାଜ଼ନ ଇଣ୍ଡିଆ କମ୍ପାନୀ ବିକ୍ରୟ ସଂସ୍ଥା ଏକ ସର୍ବ ଭାରତ ସ୍ତରରେ ତାର ବ୍ୟବସାୟ ଚଳାଇଥିବାବେଳେ ଶ୍ରୀମନ୍ଦିର ପୁରୀର ନିର୍ମାଲ୍ୟ କୈବଲ୍ୟକୁ ମାତ୍ରାଧିକ ଦରରେ ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମୋଦନ ବା ଆଦେଶରେ ବହୁବର୍ଷ ହେଲା ଏହାକୁ ବିକ୍ରୟ କରି ଆସିବା ଅତ୍ୟନ୍ତ କ୍ଷୋଭ ଓ ପରିତାପର ବିଷୟ |ଯେଉଁ ନିର୍ମାଲ୍ୟ କୁ ମଣିଷ ତାର ଜୀବନର ପ୍ରାଣବାୟୁ ଉଡିବାର ଯଥେଷ୍ଟ ପୂର୍ବରୁ ପାଟିରେ ଦିଆଯାଇ ଆତ୍ମାର ସଦଗତି ଓ ମୋକ୍ଷପ୍ରାପ୍ତିର ଆତ୍ମତୃପ୍ତି ମିଳେ |ସେହି ନିର୍ମାଲ୍ୟ କୁ ଆମାଜ଼ନ ଭଳି କମ୍ପାନୀ ଦେଶ ବିଦେଶରେ ବିକ୍ରୟ କରିବା ସମୟରେ ଶୁଦ୍ଧତା ଓ ପବିତ୍ରତା ଉପରେ ଉଠୁଛି ଏକ ବଡ଼ ବିରାଟ ପ୍ରଶ୍ନ !! |ଏହାକୁ କେନ୍ଦ୍ର କରି ଆମାଜ଼ନ ଇଣ୍ଡିଆ କମ୍ପାନୀ ବିରୋଧରେ ସିନେ ଅଭିନେତା ତଥା ଛାମୁ ଖୁଣ୍ଟିଆ ସେବକ ଶମ୍ଭୁନାଥ ଖୁଣ୍ଟିଆ ସିଂହଦ୍ୱାର ଥାନାରେ ଭାରପ୍ରାପ୍ତ ଅଧିକାରୀ ଙ୍କୁ ଏତଲା ଦେଇଛନ୍ତି |