
ମାଲକାନଗିରି-ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନ ନ ଶୁଣିବାରୁ କାଲିମେଳା ବ୍ଲକ୍ ଅନ୍ତର୍ଗତ ଉପାନ୍ତ ଗ୍ରାମ ପେଡ଼ାକୋଣ୍ଡା ଗ୍ରାମର ଅଧିବାସୀମାନେ ନିଜ ଉଦ୍ୟମରେ ଗାଁ ରାସ୍ତା ମରାମତି କରି ଛନ୍ତି। ଗୁମକା ପଞ୍ଚାୟତର ଏମ୍ପିଭି-୧୫ ଗ୍ରାମରୁ ପେଡ଼ାକୋଣ୍ଡାକୁ ପଡ଼ିଥିବା ଏହି ରାସ୍ତାର ଦୈର୍ଘ୍ୟ ପ୍ରାୟ ଏକ କିଲୋମିଟର୍ ହେବ। ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଟ୍ରାକ୍ଟର୍ରେ ମୋରମ ଓ ମେଟାଲ୍ ଆଣି ଶ୍ରମଦାନ କରି ରାସ୍ତା ମରାମତି କରିଛନ୍ତି । ବିଶେଷକରି ବର୍ଷା ଦିନେ ଏହି ରାସ୍ତାରେ ଗମନାଗମନ କରିବାକୁ ଗ୍ରାମବାସୀମାନେ ଖୁବ୍ ଅସୁବିଧାରେ ପଡୁଥିଲେ। ରାସ୍ତା ଖରାପ ଥିବାରୁ ଗର୍ଭବତୀ ମହିଳା ଏବଂ ଅନ୍ୟ ଗୁରୁତର ରୋଗୀମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍ସ ଆସି ପାରୁ ନ ଥିବା କଥା ମଧ୍ୟ ସେମାନେ ସରପଞ୍ଚ ଓ ବ୍ଲକ୍ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ, ସେମାନେ ଏଥିପାଇଁ କୌଣସି ପଦକ୍ଷେପ ନେଇ ନ ଥିବା ଗ୍ରାମବାସୀ କହିଛନ୍ତି । ଏ ସଂକ୍ରାନ୍ତରେ କାଲିମେଳା ବ୍ଲକ୍ ଅଧ୍ୟକ୍ଷ ମାଲା ମାଢ଼ିଙ୍କୁ ପଚରାଯିବାରୁ ସେ କହିଲେ ଯେ, ବିଜୁ କେବିକେ ଯୋଜନାରେ ପେଡ଼ାକୋଣ୍ଡା ଗ୍ରାମ ରାସ୍ତା ନିର୍ମାଣ ନିମନ୍ତେ ପ୍ରସ୍ତାବ ଯାଇଛି। ମଞ୍ଜୁରି ମିଳିଲେ କାମ ଆରମ୍ଭ କରାଯିବ!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO