

Related Stories
May 9, 2025
ମାଲକାନଗିରି-ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନ ନ ଶୁଣିବାରୁ କାଲିମେଳା ବ୍ଲକ୍ ଅନ୍ତର୍ଗତ ଉପାନ୍ତ ଗ୍ରାମ ପେଡ଼ାକୋଣ୍ଡା ଗ୍ରାମର ଅଧିବାସୀମାନେ ନିଜ ଉଦ୍ୟମରେ ଗାଁ ରାସ୍ତା ମରାମତି କରି ଛନ୍ତି। ଗୁମକା ପଞ୍ଚାୟତର ଏମ୍ପିଭି-୧୫ ଗ୍ରାମରୁ ପେଡ଼ାକୋଣ୍ଡାକୁ ପଡ଼ିଥିବା ଏହି ରାସ୍ତାର ଦୈର୍ଘ୍ୟ ପ୍ରାୟ ଏକ କିଲୋମିଟର୍ ହେବ। ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଟ୍ରାକ୍ଟର୍ରେ ମୋରମ ଓ ମେଟାଲ୍ ଆଣି ଶ୍ରମଦାନ କରି ରାସ୍ତା ମରାମତି କରିଛନ୍ତି । ବିଶେଷକରି ବର୍ଷା ଦିନେ ଏହି ରାସ୍ତାରେ ଗମନାଗମନ କରିବାକୁ ଗ୍ରାମବାସୀମାନେ ଖୁବ୍ ଅସୁବିଧାରେ ପଡୁଥିଲେ। ରାସ୍ତା ଖରାପ ଥିବାରୁ ଗର୍ଭବତୀ ମହିଳା ଏବଂ ଅନ୍ୟ ଗୁରୁତର ରୋଗୀମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍ସ ଆସି ପାରୁ ନ ଥିବା କଥା ମଧ୍ୟ ସେମାନେ ସରପଞ୍ଚ ଓ ବ୍ଲକ୍ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ, ସେମାନେ ଏଥିପାଇଁ କୌଣସି ପଦକ୍ଷେପ ନେଇ ନ ଥିବା ଗ୍ରାମବାସୀ କହିଛନ୍ତି । ଏ ସଂକ୍ରାନ୍ତରେ କାଲିମେଳା ବ୍ଲକ୍ ଅଧ୍ୟକ୍ଷ ମାଲା ମାଢ଼ିଙ୍କୁ ପଚରାଯିବାରୁ ସେ କହିଲେ ଯେ, ବିଜୁ କେବିକେ ଯୋଜନାରେ ପେଡ଼ାକୋଣ୍ଡା ଗ୍ରାମ ରାସ୍ତା ନିର୍ମାଣ ନିମନ୍ତେ ପ୍ରସ୍ତାବ ଯାଇଛି। ମଞ୍ଜୁରି ମିଳିଲେ କାମ ଆରମ୍ଭ କରାଯିବ!