
ମାଲକାନଗିରି-ଚିତ୍ରକୋଣ୍ଡା ବ୍ଲକରେ ବିଡ଼ିଓ ଲରିମନ ଖରସେଲ ଙ୍କ ଅଧକ୍ଷତାରେ ଭୋଟର ପରିଚୟ ପତ୍ର ଭୁଲ ସମସ୍ୟା ର ସଂଶୋଧନ ତଥା ନୂଆ ଭୋଟର ତାଲିକା ଭୁକ୍ତ ପାଇଁ ଆବେଦନ ନିମନ୍ତେ ପଞ୍ଜିକରଣ କରିବା ପୂର୍ବରୁ ବ୍ଲକ ସଭା ଗୃହରେ ପ୍ରସ୍ତୁତି ବୈଠକ କରାଯାଇ ପିଇଓ ଓ ବିଏଲଓ ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା! ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ କର୍ମଚାରୀ ମାନଙ୍କ ସହାୟତାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ର ସୂଚନା ଲୋକ ମାନଙ୍କୁ ଦିଆଯିବା ସହ ଦୁଇ ଦିନ ଧରି ଭୋଟ କେନ୍ଦ୍ର ବୁଥ ମାନଙ୍କରେ ଉକ୍ତ କାର୍ଯ୍ୟକ୍ରମ ଜାରି ରହିଥିଲା!, ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଏଲଓ ତ୍ରିନାଥ ଗୌଡ଼, ହସଦରାମ ପାଣ୍ଡେ, ନିରୋଦ ଜେନା ଓ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶରତ ସାହୁ ଙ୍କ ପରିଚାଳନା ରେ ୧ ୮ ବର୍ଷ ହୋଇଥିବା ଯୁବକ ଯୁବତୀ ମାନଙ୍କର ନାମ ନୂଆ କରି ଭୋଟ ଆବେଦନ ପତ୍ରରେ ପଞ୍ଜିକରଣ କରୁଥିବା, ନାମ ଭୁଲ ଥିଲେ ସଂଶୋଧନ, ଭୋଟର ତାଲିକା ରେ ନାମ ଥାଇ ଭୋଟର କାର୍ଡ ପାଇନଥିବା ବ୍ୟକ୍ତିଙ୍କର ରେକର୍ଡ କରିବା ତଥା ନାମ ପଞ୍ଜିକରଣ ହୋଇନଥିଲେ ପଞ୍ଜିକରଣ କରିବା ଭଳି ତାଲିକା ରୁ କାଟିବା ଓ ଯୋଡିବା ପାଇଁ ବିଭିର୍ନ , ଫର୍ମ ଅନୁଯାଇ ପଞ୍ଜିକରଣ ପାଇଁ ଆବେଦନ ଗ୍ରହଣ କରାଯାଇଥିଲା,!ସେହିପରି ଚିତ୍ରକୋଣ୍ଡା ବ୍ଲକର ବିଭିର୍ନ ପଞ୍ଚାୟତର ବୁଥ ମାନଙ୍କରେ ଦୁଇଦିନ ଧରି ଭୋଟର ତାଲିକା ପଞ୍ଜିକରଣ କରାଯାଉଥିବା ଦେଖିବାକୁ ମିଳିଥିଲା,! ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ବୁଥ କୁ ଯାଇ ଚିତ୍ରକୋଣ୍ଡା ବିଡ଼ିଓ ଲରିମନ ଖରସେଲ ଓ ସୁପରଭାଇଜର କୃଷ୍ଣ ଚନ୍ଦ୍ର ଡାକୁଆ ପରିଦର୍ଶନ କରି ଦେଖିଥିବା ବେଳେ ଉକ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ କୁ ଜିପିଓ ହେମନ୍ତ କୁମାର ଭୂୟାଁ ପରିଚାଳନା କରିଥିଲେ.!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO