Related Stories
November 24, 2024
ମାଲକାନଗିରି– କେନ୍ଦ୍ର ଓ ରାଜ୍ୟ ସରକାର ଖେଳର ବିକାଶ ପାଇଁ ବ୍ଲକ ଓ ପଞ୍ଚାୟତ ସ୍ତରରେ ଷ୍ଟାଡିୟମ ଓ ମିନି ଷ୍ଟାଡିୟମର ନିର୍ମାଣ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରି ଅଞ୍ଚଳରେ ଖେଳ କୁ ଗୁରୁତ୍ୱ ଦେଉଥିବା ବେଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରେ ଦେଖିବାକୁ ମିଳିଛି ଠିକ ଓଲଟା । ୨ 00୭ ମସିହାରେ ଚିତ୍ରକୋଣ୍ଡା ଉଚ୍ଚ ବାଳକ ବିଦ୍ୟାଳୟ ସମ୍ମୁଖରେ ଥିବା ପଡିଆକୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଚାରିପଟେ ଗ୍ୟାଲେରି କରାଯାଇ ମିନି ଷ୍ଟାଡିୟମ କରାଯାଇଥିଲା । ବର୍ତ୍ତମାନ ତାହା ଅବହେଳିତ ଅବସ୍ଥାରେ ପଡି ରହିଛି। ପିଲା ଖେଳିବା ବଦଳରେ ଏଠି ଗାଈ ଚାରୁଥିବା ଦେଖିବାକୁ ମିଳୁଛି । ଦିନ ଥିଲା ଏହି ଖେଳ ପଡିଆରେ ଜିଲ୍ଲା ସ୍ତରୀୟ ଖେଳ ପ୍ରତିଯୋଗିତା ହେଉଥିଲା । ବିଭିନ୍ନ ସମୟରେ ଏହି ଖେଳ ପଡିଆରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ଠୁ ଆରମ୍ଭ କରି ସ୍ଵାଧୀନତା ଦିବସ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଏହି ଗୋଟିଏ ଖେଳ ପଡ଼ିଆ ହିଁ ସାହାରା ପାଲଟି ଥାଏ। ଏହି ପଡ଼ିଆ ଚିତ୍ରକୋଣ୍ଡା ର ମୂଖ୍ୟ ଜାଗାରେ ଥିବାରୁ ବ୍ଲକ ର ଯେ କୌଣସି କାର୍ଯ୍ୟକ୍ରମ ହେଉ କିମ୍ବା ତହସିଲ ର ଯେ କୌଣସି କାର୍ଯ୍ୟ କ୍ରମ ଏହି ଖେଳ ପଡ଼ିଆରେ ଆୟୋଜନ ହୋଇଥାଏ। କିନ୍ତୁ କାର୍ଯ୍ୟକ୍ରମ ସ ରିଲା ପରେ ଖେଳ ପଡିଆର ସଫାସୁତୁରା ପ୍ରତି କିଏବି ଧ୍ୟାନ ଦେଇନଥାନ୍ତି । ଫଳରେ ଖେଳ ପଡିଆ ଟି ସମ୍ପୂର୍ଣ୍ଣ ଜଙ୍ଗଲରେ ପରିଣତ ହୋଇଛି ।ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟମଧ୍ୟ ଏଠାରେ ହେଉଥିବା ଅଭିଯୋଗ ହେଉଛି । ଏ ନେଇ ଚିତ୍ରକୋଣ୍ଡା ସ୍ପୋର୍ଟସ କ୍ଲବ ଓ ସ୍ଥାନିୟ ଜନସାଧାରଣ ଙ୍କ ତରଫରୁ ଏହାର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦେବାପାଇଁ ବିଡ଼ିଓ ଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ଫଳ ମିଳୁନାହିଁ । ରକ୍ଷଣାବେକ୍ଷଣ ଅଭାବରୁ ପଡ଼ିଆଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଗଲାଣି ମୁଖ୍ୟ ଫାଟକ ସହିତ ଦର୍ଶକ ବସିବା ଗ୍ୟାଲେରୀ ଭାଙ୍ଗି ରୁଜି ଗଲାଣି । ସ୍ତାନୀୟ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଏହାର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେବାସହ ଷ୍ଟାଡିୟମ ର ମରାମତି କାର୍ଯ୍ୟ କରିବାକୁ ସାଧାରଣ ରେ ଦାବି ହେଉଛି ।