କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ଓଡିଶା ମନ୍ଦିର ସେବାୟତ ସଂଘର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ତରଫରୁ ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକ ଙ୍କ ଉଦେଶ୍ୟରେ ଲିଖିତ ଦାବିପତ୍ର ପ୍ରଦାନ ପୂର୍ବକ ମାନ୍ୟବର ଆଇନମନ୍ତ୍ରୀ, ମୁଖ୍ୟଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଦେବୋତ୍ତର ଆୟୁକ୍ତ ଓଡ଼ିଶା, ଓଡ଼ିଶାର ସମସ୍ତ ଜିଲ୍ଲାପାଳ ଓ ପୋଲିସ ଅଧିକ୍ଷକଙ୍କ ଅବଗତି ନିମନ୍ତେ ଦାବିପତ୍ର ର ଏକକତା ନକଲ ପ୍ରଦାନ କରାଯାଇଛି ।ସଂଘର ସଭାପତି କାମେଶ୍ୱର ତ୍ରିପାଠୀ ଓ ସଂଘର ସମ୍ପାଦକ ଜ୍ୟୋତି ଶଙ୍କର ଖୁଣ୍ଟିଆ ଏହି ଦାବିପତ୍ର ପ୍ରଦାନ କରିଛନ୍ତି
ସେମାନଙ୍କ ଦାବିଗୁଡିକ ହେଲା :–
୧. କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲିବା ସହିତ ସେବାୟତ ମାନଙ୍କୁ ଦୀର୍ଘ ଆଠ ମାସର କରୋନା ଜନିତ ସାହାଯ୍ୟ ପ୍ରଦାନ କରାଯାଉ।
୨. ସମସ୍ତ ମନ୍ଦିର କୁ ସୁବ୍ୟବସ୍ଥିତ କରାଯାଉ।
୩. ସେବାୟତ ମାନଙ୍କ ଜୀବନ ବୀମା କରାଯାଉ।
୪. ସେବାୟତ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଉ।
୫. ସେବାୟତ ମାନଙ୍କୁ ମାସିକ ଭତ୍ତା ର ବ୍ୟବସ୍ଥା କରାଯାଉ |