କୈଳାଶ ଚନ୍ଦ୍ର ପଣ୍ଡା, ପୁରୀୀ, ସଚେତନ ନାଗରିକ ମଞ୍ଚ ପୁରୀ ତରଫରୁ ବାଲିସାହି ବଉଳ ମଠ ଲେନ ର ଶ୍ରୀ ଲଲାଟେନ୍ଦୁ ମିଶ୍ର ସିଂହଦ୍ୱାର ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କୁ ଲିଖିତରେ ଏତଲା ଦେଇଛନ୍ତି |ସେ ଦାବୀ କରିଛନ୍ତି ଯେ ନାଗାର୍ଜୁନ ବେଶ ଦିନ ମହାପ୍ରଭୁ ଙ୍କ ଶ୍ରୀ ଅଙ୍ଗରେ ଲାଗିଥିବା ସୂର୍ଯ୍ୟ -ଚନ୍ଦ୍ର ଗାଏବ ହେବା ଘଟଣା ଏବଂ ଏଥିରେ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଆପରାଧୀକ ମାମଲା ରୁଜୁକରିବାକୁ ଦାବୀ କରିଛନ୍ତି |ଏହି ନିନ୍ଦନୀୟ ଘଟଣାରେ ସମ୍ପୃକ୍ତ ମନ୍ଦିର ଅଧିକାରୀ ଙ୍କ ବିରୁଦ୍ଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ |୨୫ ପ୍ଲାଟୁନ ପୋଲିସ ଏବଂ ମନ୍ଦିର ଚତୁର୍ପାଶ୍ୱ ୧୪୪ ଧାରା ଲାଗୁ ହୋଇଥିବା ସମୟରେ ଶ୍ରୀଜୀଉ ଙ୍କ ଅଳଙ୍କାର ଚୋରି ହୋଇଯିବା ଘଟଣା ମନ୍ଦିର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି |ଏଠାରେ ପ୍ରଶ୍ନ ଉଠୁଛି ଏତେ ସୁରକ୍ଷା ବ୍ୟବସ୍ଥା କଣ ସାଧାରଣ ଜନତାଙ୍କ ପାଇଁ ?
ଏହି ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ସମ୍ପୃକ୍ତ ଦୋଷୀ, ତାଙ୍କୁ ସାହାଯ୍ୟ କରିଥିବା ମନ୍ଦିର କର୍ମଚାରୀ ଏବଂ ମନ୍ଦିର ଅଧିକାରୀ ଏବଂ ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଚେତନ ନାଗରିକ ମଞ୍ଚ ପୁରୀର ଉପ-ସଭାପତି ଲଲାଟେନ୍ଦୁ ମିଶ୍ର, ଆଡ଼ଭୋକେଟ ପ୍ରସନ୍ନ ଦାଶ, ଗୀତାଞ୍ଜଳି ପଣ୍ଡା, ନାରାୟଣ ଦାଶ, ଗାୟତ୍ରୀ ଦାଶ ପ୍ରମୁଖ ଦାବୀ କରିଛନ୍ତି |
Related Stories
May 3, 2024