
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ -କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସମସ୍ତ ଭକ୍ତମାନେ କିଭଳି ଭଲଭାବରେ ପତିତପାବନ ଦର୍ଶନ କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା |ସୁରକ୍ଷା ଓ କରୋନା କଟକଣା କୁ ନଜରରେ ରଖି ପୁରୀଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ୧୫ ପ୍ଲାଟୁନ ମୁତୟନ କରାଯିବା ସହିତ ୫0 ଅଫିସର ରହିବେ ସେମାନଙ୍କ ମଧ୍ୟରୁ ଜଣେ ଆଡ଼ିସନାଲ ଏସପି ଓ ୭ ଜଣ ଡ଼ିଏସପି ଅଛନ୍ତି |ଟ୍ରାଫିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି |କାର୍ତ୍ତିକ ପୂର୍ଣ୍ଣିମାରେ ଡ଼ଙ୍ଗା ଭସାଇବା ପରମ୍ପରା ଥିବାରୁ କରୋନା କଟକଣା କୁ ନଜରରେ ସମୁଦ୍ର କୂଳକୁ ଯିବାପାଇଁ ସମସ୍ତଙ୍କୁ ବାରଣ କରାଯାଇଛି |ପୂର୍ବରୁ ଯେପରି ସମସ୍ତ ପୁରୀବାସୀ ପୋଲିସ କୁ ସହଯୋଗ କରିଆସିଛନ୍ତି ସେହିଭଳି ବର୍ତ୍ତମାନ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ପୁରୀଜିଲ୍ଲା ଏସପି କନୱର ବିଶାଲ ସିଂହ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO