
ଗଞ୍ଜାମଜିଲ୍ଲାଜଗନ୍ନାଥପ୍ରସାଦ:ଜଗନ୍ନାଥ ପ୍ରସାଦ ଗୋଷ୍ଠିଶିକ୍ଷାଧିକାରୀ କାର୍ଯ୍ୟାଳୟରେ ବ୍ୟାପକ ଅନିୟମିତତା।ଜଗନ୍ନାଥ ପ୍ରସାଦ ଗୋଷ୍ଠିଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟରେ ସ୍ଥାୟୀ ଗୋଷ୍ଠିଶିକ୍ଷାଧିକାରୀ ପଦବୀ ଖାଲି ପଡିଥିବା, ବରିଷ୍ଠ କିରାଣୀ ପଦବୀ ଖାଲି ପଡିଥିବା ବେଳେ M IS ପଦବୀ ଦୀର୍ଘଦିନ ଧରି ଜାଣିଶୁଣି ଜ଼ିଲ୍ଲା ଶିକ୍ଷାଅଧିକାରୀ ପୂରଣ କରୁନଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଅବସର ଗ୍ରହଣ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପେନସନ ପ୍ରଦାନରେ ଅବହେଳା, ଅବସର ଗ୍ରହଣ କରିବା ପରେ2/3ବର୍ଷ ଧରି ଅପେକ୍ଷ୍ୟା କରି କେତେକ ଶିକ୍ଷକ ମୃତ୍ୟୁ ବରଣ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ଗ୍ରୁପ ଇଂସୁରେନ୍ସ ସ୍କିମ(GIS)ର ଜମା କରିଥିବା ମୂଳଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି।ନୂତନ ପେନସନ ଯୋଜନା ଅନ୍ତର୍ଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶତକଡା10ଭାଗ ବକେୟା ଅର୍ଥ ଦୁଇ ବର୍ଷଧରି ନପାଇବା ସହ,2018ରୁ ଏମ. ଏ. ସି.ପି ପାଇବା ପାଇଁ ଯୋଗ୍ୟ ହୋଇଥିଲେହେଁ ତାହା ପାଇବାରୁ ବଞ୍ଚିତ ହୋଇଛନ୍ତି।ଏ ସମ୍ପର୍କରେ ଆଜି ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ସଂଘ ଗୋଷ୍ଠୀ ଶିକ୍ଷ୍ୟା କାର୍ଯ୍ୟାଳୟ ଘେରାଉ କରିଥିଲେ।ସଂଘ ସଭାପତି ଉମା ଶଙ୍କର ସ୍ୱାଇଁ, ଶିକ୍ଷକ ନେତା ସଞ୍ଜିତ ଶତପଥି ଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ଦାବିପତ୍ର ଅତିରିକ୍ତ ଗୋଷ୍ଠିଶିକ୍ଷାଧିକାରୀ ସୀମାଞ୍ଚଳ ଯାନୀ ଙ୍କୁ ପ୍ରଦାନ କରିଥିଲେ।ତୁରନ୍ତ କାର୍ଯ୍ୟକାରୀ କରା ନଗଲେ ପରବର୍ତ୍ତୀପଦକ୍ଷେପ ଗଣ ଆନ୍ଦୋଳନ କରାଯାଇ ଗଂଜାମ ଜିଲ୍ଲା ପାଳ, ଜ଼ିଲ୍ଲା ଶିକ୍ଷ୍ୟଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସଞ୍ଜିତ ଶତପଥୀ ପ୍ରମୁଖ ମିଡିଆ ନିକଟରେ ପ୍ରକାଶ କରିଛନ୍ତି।
ଗଞ୍ଜାମ ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO