ଜୟପୁର- ଜୟପୁର ସଦର ପୋଲିସ ଏକ ଲୁଟ୍ ଯୋଜନାକୁ ପଣ୍ଡ କରିବା ସହ ଘଟଣାରେ ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ପୋଡାପଦର ଗ୍ରାମର ଶ୍ରୀଧର ମହାପାତ୍ର (୨୨)କୁ ଗିରଫ କରିଛି । ଗିରଫ ଶ୍ରୀଧର ନିକଟରୁ ପୋଲିସ ଏକ ଦେଶି ପିସ୍ତଲ ଓ ମୋବାଇଲ ଫୋନ ଜବତ କରିଛି ।
ଏସଆଇ ଏମ.ଡି. ନାୟକ ଅନ୍ୟ ପୋଲିସ କର୍ମଚାରି ପେଟ୍ରୋଲିଂ କରୁଥିବା ବେଳେ ୨ ଜଣ ଦୁର୍ବୃତ ମାରଣାସ୍ତ୍ର ସହ ଜାତୀୟ ରଜପଥ ୨୬ରେ ଟ୍ରକ୍ ଲୁଟ୍ ଉଦ୍ୟମ କରିବାକୁ ଯୋଜନା କରୁଥିବା ଖବର ପାଇଥିଲେ । ଖବର ପାଇ ପୋଲିସ ଜାତୀୟ ରାଜପଥ ୨୬ର ହାଇଟେକ କଲେଜ ନିକଟରେ ଚଢ଼ଉ କରି ଜଣକୁ ଗିରଫ କରି କୋର୍ଟଚାଲାଣ କରିଥିବା ସଦର ଥାନା ଅଧିକାରି ଶିବ ଶଙ୍କର ସାହୁ ପ୍ରକାଶ କରିଛନ୍ତି ।
Related Stories
November 22, 2024