ଖ୍ୟମନ୍ତ୍ରୀଙ୍କ ୫-ଟି ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ : ତଦନ୍ତ ହେବ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ – ସିଡ଼ିଏମଓ
ବାରିପଦା- ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚରମ ଅବହେଳା ପୁଣି ଥରେ ଗଣମାଧ୍ୟମ ସାମ୍ନାକୁ ଆସିଛି । ହସପିଟାଲରେ ପହଁଚି ନପାରି ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ଅଧା ବାଟରେ ଆଖି ବୁଜିଲେ ପ୍ରସୂତୀ । ଜନ୍ମ ହେବା ଆଗରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଛି । ପ୍ରସବ ଯନ୍ତ୍ରଣା ସହ୍ୟ କରିନପାରି ପ୍ରସୂତୀ ରାସ୍ତାରେ ପ୍ରାଣ ହରାଇବା ଅଭିଯୋଗରୁ ଏହା ସ୍ପଷ୍ଟ ବାରି ହୋଇପଡ଼ୁଛି । ଏଥି ସହିତ ଏହି ଘଟଣା ମୁଖ୍ୟମନ୍ତ୍ରୀ ନବୀନଙ୍କ ୫ଟି ଓ ମୋ ସରକାର କାର୍ଯ୍ୟକ୍ରମ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରାଉଛି ମଧ୍ୟ ।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଓଡ଼ିଶା ସରକାରରେ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗର ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ନିଜସ୍ୱ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ହାଣଦା ଗ୍ରାମରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଓ ଦୁଃଖଦାୟକ ଘଟଣା । ଗ୍ରାମର ଚିତରଞ୍ଜନ ମୁଣ୍ଡାଙ୍କ ସ୍ତ୍ରୀ ତୁଳସୀ ମୁଣ୍ଡା ଗର୍ଭବତୀ ଥିଲେ । ଅକ୍ଟୋବର ୪ ଶୁକ୍ରବାର ରାତିରେ ତୁଳସୀ ମୁଣ୍ଡା ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ସ୍ୱାମୀ ଚିତରଞ୍ଜନ ଆଶା ଦିଦିଙ୍କୁ ଧରି ବାଙ୍ଗିରିପୋଷି ହସପିଟାଲରେ ରାତି ପ୍ରାୟ ସାଢ଼େ ୧୧ରେ ପହଁଚି ରୋଗୀକୁ ହସପିଟାଲରେ ଭର୍ତି କରାଇଥିଲେ । ଏହି ସମୟରେ ଡ଼ିଉଟିରେ ଥିବା ଡ଼ାକ୍ତର ତୁଳସୀକୁ ବାରିପଦା ପିଆରଏମ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ସ୍ୱାମୀ ଚିତରଞ୍ଜନଙ୍କୁ ପରାମର୍ଶ ଦେଇଥିଲେ । ମାତ୍ର ଏହି ସମୟରେ ହସପିଟାଲରେ ପ୍ରସୂତୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ୧୦୨ ଆମ୍ବୁଲାନ୍ସ ଉପଲବ୍ଧ ନଥିବାରୁ ଚିତରଞ୍ଜନ ବାଙ୍ଗିରିପୋଷି ହସପିଟାଲର ସରକାରୀ ଆମ୍ବୁଲାନ୍ସରେ ପ୍ରସୂତୀ ତୁଳସୀ ଓ ଆଶାଦିଦିଙ୍କୁ ଧରି ବାରିପଦା ଅଭିମୁଖେ ବାହାରି ଥିଲେ । ବାଟରେ ୧୮ ନମ୍ବର ଜାତୀୟ ରାଜପଥର ମୁର୍ଗାବାଡ଼ି ନିକଟରେ ଆମ୍ବୁଲାନ୍ସରୁ ତେଲ ଶେଷ ହୋଇଯାଇଥିଲା । ଫଳରେ ଆମ୍ବୁଲାନ୍ସ ପ୍ରସୂତୀକୁ ଧରି ହସପିଟାଲରେ ପହଁଚିବା ପରିବର୍ତେ ମଧ୍ୟ ରାତିରେ ରାସ୍ତାରେ ଅଟକି ରହିଗଲା । ଏହାପରେ ୧୦୮ ଆମ୍ବୁଲାନ୍ସକୁ କଲ୍ କରାଯାଇଥିଲେ ମଧ୍ୟ ପ୍ରାୟ ଦେଢ଼ ଘଂଟା ବିଳମ୍ବରେ ୧୦୮ ଆମ୍ବୁଲାନ୍ସ ପହଁଚିଥିଲା । ଇତିମଧ୍ୟରେ ପ୍ରସୂତୀ ଅତ୍ୟଧିକ ପ୍ରସବ ଯନ୍ତ୍ରଣାକୁ ସହ୍ୟ କରିନପାରି ଜୀବନ ହାରି ସାରିଥିଲା । ପରବର୍ତି ସମୟରେ ୧୦୮ ପ୍ରସୂତୀ ତୁଳସୀକୁ ଧରି ବାରିପଦା ପିଆରଏମ ହସପିଟାଲରେ ପହଁଚିଥିଲା । କିନ୍ତୁ, ହସପିଟାଲର ଡ଼ାକ୍ତର ତୁଳସୀକୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାଙ୍ଗିରିପୋଷି ଥାନା ପୁଲିସ ବାରିପଦାରେ ପହଁଚି ଶବ ବ୍ୟବଚ୍ଛେଦ ବ୍ୟବସ୍ଥା କରାଇବା ପରେ ଶବକୁ ସ୍ୱାମୀ ଚିତରଞ୍ଜନକୁ ହସ୍ତାନ୍ତର କରିଥିଲେ ଏବଂ ତୁଳସୀର ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ କରିଥିବାର ଜଣାପଡ଼ିଛି ।
ତୁଳସୀକୁ ଡ଼ାକ୍ତର ମୃତ ଘୋଷଣା କରିବା ପରେ ପ୍ରଶାସନିକ ସ୍ତରରେ ସମସ୍ତେ ନିଜ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରାଇବାରେ ଲାଗିପଡ଼ିଛନ୍ତି । ପ୍ରଥମେ ଆମ୍ବୁଲାନ୍ସର ଡ୍ରାଇଭର ହରିହର ନାୟକ ଆମ୍ବୁଲାନ୍ସରେ ତେଲ ଥିଲା, କିନ୍ତୁ ରାସ୍ତାରେ ତେଲ ଟାଙ୍କିର ପାଇପ୍ ଫାଟି ତେଲ ବୋହିଯାଇ ଟାଙ୍କି ଖାଲି ହୋଇଯାଇଥିବାର ସଫେଇ ଦେଇଥିଲା । ସେହିପରି ସିଡ଼ିଏମଓ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖଦାୟକ ଓ ସମ୍ବେଦନଶୀଳ ଘଟଣା । ଏ ବିଷୟ ଆଜି ସକାଳ ସମୟରେ ନଜରକୁ ଆସିବାରୁ ବାଙ୍ଗିରିପୋଷି ହସପିଟାଲ ମେଡ଼ିକାଲ ଅଫିସରଙ୍କ ସହ ଯୋଗାଯୋଗ କରିଥିଲି । ଆମ୍ବୁଲାନ୍ସରେ ତେଲ ରହିଥିବାର କହିଥିଲେ । ତେବେ ଏହା ଉପରେ ତଦନ୍ତ କରିବା ପରେ ଯଦି କିଛି ତୃଟି ରହିଥିବାର ନଜରକୁ ଆସେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ ।
ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ୫-ଟି ମନ୍ତ୍ର ମୟୂରଭଞ୍ଜ ଜିଲ୍ଲାରେ ପ୍ରଭାବହୀନ ସାବ୍ୟସ୍ତ ହୋଇଥିବା ବିଷୟ ଜନସାଧାରଣରେ ହେଉଥିବା ଆଲୋଚନାରୁ ପରିଲକ୍ଷିତ ହୋଇଛି । କେବଳ ତୁଳସୀ ନୁହେଁ, ମୟୂରଭଞ୍ଜ ଜିଲ୍ଲାରେ ଏହିପରି ଅନେକ ତୁଳସୀ ଠିକ୍ ସମୟରେ ଚିକିତ୍ସା ନପାଇବା ଓ ଚିକିତ୍ସାରେ ଅବହେଳା କାରଣରୁ ଅସମୟରେ ଜୀବନ ହାରୁଥିବା ଅଭିଯୋଗର ଅନେକ ନଜିର ରହିଛି ।
Related Stories
November 22, 2024