
ମାଲକାନଗିରି – ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ସୀମାନ୍ତ ମୋଟୁ ଥାନା ଅନ୍ତର୍ଗତ ପୁସୁଗୁଡା ପଞ୍ଚାୟତ ମୁକାନପାଲ୍ଲୀ ଗ୍ରାମରେ ଘଟିଛି ଏକ ବଡ ଅଘଟଣା ଏହି ଗ୍ରାମରେ ଦୁଇଜଣ ଭଉଣୀ ପାଣିରେ ବୁଡିଯିବା ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ମୃତ ଦୁଇ ଶିଶୁ ମାନଙ୍କର ମଧ୍ୟରୁ ଜଣଙ୍କର ବୟଷ ୩ ବର୍ଷ ହୋଇଥିବା ବେଳେ ଅନ୍ୟଜଣକର ୬ ବର୍ଷ ବୋଲି ସୂଚନା ମିଳିଛି ଘଟଣା ପରେ ଉକ୍ତ ମୁକାନପାଲ୍ଲୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଖବର ପାଇ ମୋଟୁ ଥାନା ଅଧୀକାରୀ ସୁଶାନ୍ତ କୁମାର ସାହୁ ଘଟଣା ସ୍ଥଳରେ ପହଂଚି ଅନୁଧ୍ୟାନ ଆରମ୍ଭ କରିବା ସହ ଦୁଇ ଶିଶୁର ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି l ପ୍ରକାଶ ଯେ ମୁକାନପାଲ୍ଲୀ ଗ୍ରାମର ଉପେଲ ଗଙ୍ଗା ଙ୍କ ସ୍ତ୍ରୀ ଘରଠାରୁ ୫ ଶହ ମିଟର ଦୁରରେ ଥିବା ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ସାଙ୍ଗରେ ଏହି ଦୁଇ ଭଉଣୀ ଯାଇଥିଲେ l ମା ଜଣଙ୍କ ବିଲରେ ଧାନକାଟୁଥିବା ସମୟରେ ଏହି ଦୁଇ ଭଉଣୀ ପାଖରେ ଥିବା ଏକ ଗାଡିଆ ବା ଚୁଆ ନିକଟରେ ବସିଥିଲେ । ଏହିସମୟରେ ସାନ ଝିଅଟି ଖେଳୁଖେଳୁ ଚୁଆ ପାଣିଭିତରେ ପଡିଯାଇଥିଲା ଭଉଣୀ ପାଣିରେ ବୁଡିଯାଇଥିବା ଦେଖି ବଡ ଭଉଣୀ ତାକୁ ରକ୍ଷାକରିବାପାଇଁ ପାଣିକୁ ଯାଇଥିଲା । ତେବେ ଉକ୍ତ ଗାଡିଆରେ ପାଣି ଅଧିକ ଥିବାରୁ ଦୁଇ ଭଉଣୀ ବୁଡିଯାଇ ମୃତ୍ୟୁ ହୋଇଯାଇଛି କିଛି ସମୟ ପରେ ମା ଆସି ଖୋଜାଖୋଜି କରିବା ପରେ ପାଣି ଭିତରୁ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ କିନ୍ତୁ ସେତେବେଳକୁ ଦୁଇ ଭଉଣୀର ପ୍ରାଣବାୟୁ ଉଡିଯାଇଥିଲା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶିଶୁମାନଙ୍କର ଶବ ବେବଛେଦ ନିମନ୍ତେ କାଲିମେଳା ମେଡିକାଲକୁ ପଠାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO