ନୂଆଦିଲ୍ଲୀ – ଉତ୍ତର ପ୍ରଦେଶର ମିର୍ଜାପୁର ଓ ବିନ୍ଧ୍ୟାଂଚଳ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ କରିବେ । ଏହି ପ୍ରକଳ୍ପରୁ ୪୨ ଲକ୍ଷ ଲୋକଙ୍କୁ ଲାଭ ମିଳିବ ଏବଂ ପାନୀୟ ଜଳର ସମସ୍ୟା ଦୂର ହେବ ବୋଲି ଜଣା ପଡିଛି ।
ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତର ପ୍ରଦେଶର ବିନ୍ଧ୍ୟାଂଚଳ ଅଂଚଳର ମିର୍ଜାପୁର ଓ ସୋନଭଦ୍ର ଜିଲ୍ଲାରେ ଗ୍ରାମାଂଚଳ ପାନୀୟ ଜଳ ଯୋଜନା ପାଇଁ ଶିଳାନ୍ୟାସ କରିବେ । ମୋଦୀ ଗାଁର ଜଳ ଏବଂ ସ୍ୱଚ୍ଛତା ସମିତିର ସଦସ୍ୟ ସହିତ ଆଲୋଚନା ମଧ୍ୟ କରିବେ । ଏହି ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ ।
ସୂଚନାଯୋଗ୍ୟ, ଏହି ପକଳ୍ପ ସହିତ ୨ ହଜାର ୯୯୫ ଗାଁର ସମସ୍ତ ପରିବାରକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯିବ । ଏହା ଦ୍ୱାରା ଏହି ଜିଲ୍ଲାର ୪୨ ଲକ୍ଷ ଲୋକଙ୍କୁ ଲାଭ ହେବ । ପାନୀୟ ପ୍ରକଳ୍ପ ପାଇଁ ମୋଟ ୫ ହଜାର ୫୫୫ କୋଟି ଟଙ୍କା ଖର୍ଚ୍ଚ ହେବ । ଆଗାମୀ ୨ ବର୍ଷ ମଧ୍ୟରେ ପ୍ରକଳ୍ପ ନିର୍ମାଣ କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।
Related Stories
November 23, 2024