
ମାଲକାନଗିରି-ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡା ଘାଟିରେଆଜି ସକାଳ ୯ ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆଜି ଏକ କମାଣ୍ଡର ରେ ବଣ୍ଡା ଘାଟିରୁ ଖଇରିପୁଟ ଅଭିମୁଖେ କିଛି ଯାତ୍ରୀ ଆସୁଥିବା ବେଳେ ଗାଡିର ବ୍ରେକ ଫେଲ ହେଇଯିବାରୁ ଗାଡିଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ମାନଙ୍କୁ ଖ ଇରିପୁଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି ।ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣକ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତରଥିବାରୁ ସେମାନ ଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି!ମୃତ ମହିଳା ଜଣକ ଦାନ୍ତିପଡ଼ା ଗ୍ରାମର ସୋମା ମାନ୍ଦ୍ରା ବୋଲି ଜଣାପଡିଛି!ଆହତ ମାନଙ୍କ ମଧ୍ୟରେ ବହୁ ମହିଳା ଅଛନ୍ତି!ଖବର ପାଇଁ ମୁଦୁଲିପଡ଼ା ଥାନା ପୋଲିସ ପହ୍ଞ୍ଚି ତଦନ୍ତ ଚଳାଇଛି!