
ମାଲକାନଗିରି– ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଚିତ୍ରକୋଣ୍ଡା ଶାଖା ପକ୍ଷରୁ ଆଦିବାସୀଙ୍କ ବିଭିନ୍ନ ଦାବୀ କୁ ନେଇ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟରେ ଚିତ୍ରକୋଣ୍ଡା ତହସିଲଦାର ଟି ପଦ୍ମନାଭ ଦୋରାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ୧୮ ଗୋଟି ପଞ୍ଚାୟତ ର ଶହ ଶହ କର୍ମୀ ଫ୍ଲାଗ କାର୍ଡ ଧରି ରାଲି କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ସମଗ୍ର ଚିତ୍ରକୋଣ୍ଡା ଗ୍ରାମ ପରିକ୍ରମା କରିବାସହ ଆଦିବାସୀ ମାର ଣ ନୀତି ର ପ୍ରତିବାଦରେ ଚିତ୍ରକୋଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ହୋଇ ଆଦିବାସୀଙ୍କ ବିଭିନ୍ନ ଦାବି ଯଥା ଶିଳ୍ପାଞ୍ଚଳ ନାମରେ ଆଦିବାସୀଙ୍କ ଠାରୁ ଭିଟାମାଟି ଛଡାଇ ଶିଳ୍ପପତି ଙ୍କୁ ଯୋଗାଇବା ବନ୍ଦ କରିବା, ରାମବନ ଗମନ ପଥ ଯୋଜନା ନାଁ ରେ ଆଦିବାସୀଙ୍କ ହିନ୍ଦୁକରଣ ବନ୍ଦ କରିବା। ଆ ଟରୋ ସିଟି ଆକ୍ଟ ଅନୁସାରେ ଅପରାଧୀଙ୍କୁ ଗିରଫ କରି ପିଡିତା ଙ୍କୁ ସୁରକ୍ଷା ଦେବା,ଆଦିବାସୀ ଅଞ୍ଚଳରେ ତିଆରି କରିବା, ବିକାଶ ନାମ ରେ ଆଦିବାସୀଙ୍କ ବିସ୍ଥାପନ ବନ୍ଦ କରିବା, ଜନଗଣନା ରେ ଆଦିବାସୀଙ୍କୁ ହିନ୍ଦୁ ଲେଖିବା ବନ୍ଦ କରିବା ପ୍ରବୃତ୍ତି ଦାବି ସମ୍ବଳିତ ପତ୍ରକୁ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରିଥିଲେ। ରାଷ୍ଟ୍ରୀୟ ଏକତା ପରିଷଦ ପକ୍ଷରୁ ଟିବୁରାମ ଟାଙ୍ଗୁଲୁ , କମୁଲୁ ହନ୍ତାଳ,ଆନନ୍ଦ ପାଙ୍ଗି,ଲକ୍ଷମନ ମୁଦୁଲି ଏହାକୁ ପରିଚାଳନା କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO