
ଭୁବନେଶ୍ୱର – ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କର ୧୦୩ତମ ଜୟନ୍ତୀ ଉତ୍ସବ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ସକାଳେ ସ୍ଥାନୀୟ ଇନ୍ଦିରାପାର୍କ ଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ ଇନ୍ଦିରାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରେ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ରାଉତରାୟ ଓ ସାଧାରଣ ସଂପାଦକ ଶ୍ରୀ ଅମୀୟ କୁମାର ପଟ୍ଟନାୟକଙ୍କ ପକ୍ଷରୁ ଆୟୋଜିତ ସ୍ମୃତି ସଭାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସ୍ମୃତିଚାରଣ କରି କହିଲେ ଯେ ଇନ୍ଦିରା ଗାନ୍ଧୀ ଦେଶର ଆତ୍ମାକୁ ଚିହ୍ନିଥିଲେ । ସେ ଅତ୍ୟନ୍ତ ଦୃଢ଼ମନା ମହିଳା ଥିଲେ ଓ ନୀତିରୁ କେବେ ମୁଣ୍ଡ ନୁଆଉଁନଥିଲେ । ଭାରତବର୍ଷକୁ ପୃଥିବୀରେ ସର୍ବଶ୍ରେଷ୍ଠ କରିବା ପାଇଁ ସେ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲେ । ଭାରତ ବର୍ଷର ଅଖଣ୍ଡତା ପାଇଁ କଂଗ୍ରେସ ଯେଉଁ ଉଦ୍ୟମ କରିଥିଲା ତାହାକୁ ଆଜି ନଷ୍ଟ କରିବାପାଇଁ ଚେଷ୍ଟା ଚାଲିଛି । ଆମ୍ଭେମାନେ ଇନ୍ଦିରାଜୀଙ୍କର ସେହି ଉଦ୍ୟମ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଶପଥନେବା ଉଚିତ୍ ବୋଲି ସେ କହିଥିଲେ । ପରେ ଶ୍ରୀ ପଟ୍ଟନାୟକ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଦେଶର ସଂହତି ଓ ଅଖଣ୍ଡତାକୁ ଅକ୍ଷ୍ୟୁର୍ଣ୍ଣ ରଖିବାପାଇଁ ସଂକଳ୍ପ କରାଇଥିଲେ । ଏହି ଅବସରରେ ସଂକୀର୍ତନ ପରିବେଷଣ କରିଥିବା କଳାକାରମାନଙ୍କୁ ଶ୍ରୀ ପଟ୍ଟନାୟକ ମାନପତ୍ର ପ୍ରଦାନ କରିଥିଲେ ।
ସ୍ମୃତିଚାରଣ କରି କଂଗ୍ରେସ ନେତୃବୃନ୍ଦ ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ଗଣେଶ୍ୱର ବେହେରା, ବିଶ୍ୱଜିତ ଦାଶ ପ୍ରମୁଖ ଇନ୍ଦିରାଜୀଙ୍କ କାର୍ଯ୍ୟଦକ୍ଷତା ଓ ଆଦର୍ଶ ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ବିଶିଷ୍ଟ ଆଇନଜୀବୀ ଶ୍ରୀ ଶିବାନନ୍ଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପିସିସି କାର୍ଯ୍ୟାଳୟଠାରେ କଂଗ୍ରେସ ଦଳ ପକ୍ଷରୁ ଇନ୍ଦିରାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ଶୁଭେନ୍ଦୁ ମହାନ୍ତି, ଯଜେ୍ଞଶ୍ୱର ବାବୁ, କିଶୋର ଜେନା, ମନୋରଞ୍ଜନ ଦାଶ, ସ୍ମୃତିରଞ୍ଜନ ଲେଙ୍କା, ରଶ୍ମି ମହାପାତ୍ର, ହଳଧର ସେଠୀ, ଜ୍ୟୋତିଷ ସାହୁ, ଚିନ୍ମୟ ସୁନ୍ଦର ଦାସ, ରଜନୀ ମହାନ୍ତି, ଦୀପକ ମହାପାତ୍ର, ମାନସ ଆଚାର୍ଯ୍ୟ, ପ୍ରକାଶ ମିଶ୍ର, ସ୍ୱାଧୀନବାଳା ଦାସ, ଲିଙ୍ଗରାଜ ସାହୁ, ସତ୍ୟବ୍ରତ ନାୟକ, ମନୋରଞ୍ଜନ ରାଉତରାୟ, ସୁଶାନ୍ତ ତ୍ରିପାଠୀ, ନିରଞ୍ଜନ ନାୟକ, ସଂକୁନା କହଁର, ମନୋଜ ନାୟକ, ସୁବାଷ ପ୍ରଧାନ, ଆଲୋକ ମହାନ୍ତି, ନିରୁପମା ପାତ୍ର, ନିରଞ୍ଜନ ନାୟକ, ମୁନି ଥାପ୍ପା, ରଣଜିତ୍ ପାତ୍ର, ତାପସ ସେଠୀ, ଦେବେନ୍ଦ୍ର ପ୍ରସାଦ ଦାସ, ବିକ୍ରମ ସାହୁ, ବୁନା ମହାନ୍ତି, ଗୁରୁବକ୍ସ ସିଂ ଆଲୁଆଲିଆ, ଖଗେଶ୍ୱର ମଲ୍ଲିକ, ମନୋରଞ୍ଜନ କୁଣ୍ଡୁ ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO