
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଆସିକା ବଡ଼ ନଦୀ ବ୍ରିଜ୍ ଉପରେ ଆଜି ସକାଳ ସାଢ଼େ ୯ଟା ସମୟରେ ଟ୍ରକ୍ କୁ ଧକ୍କା ଦେଇଛି ବସ୍ । ଫଳରେ ଟ୍ରକ୍ ଡ଼୍ରାଇଭର ଆହତ ହୋଇଛନ୍ତି । ଆହତ ଡ୍ରାଇଭର ହେଲେ ଉତରପ୍ରଦେଶ ଅଂଚର ଲଛମନ ଚୌହାନ । ଆହତ ଡ୍ରାଇଭରଙ୍କ ଗୋଡ଼ରେ ଆଘାତ ଲାଗିଛି । ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ଆସିକା ମେଡିକାଲରେ ଭର୍ତି କରିଛନ୍ତି । ଖବର ପାଇ ଆସିକା ପୋଲିସ ଘଟଣାସ୍ଥଳରେ ପହଂଚିଛି । ଉଭୟ ଗାଡିକୁ ଜବତ କରିଛି । ବସ୍ ରେ ଥିବା ଯାତ୍ରୀ ମାନେ ସୁରକ୍ଷିତ ଥିବା ଜଣାପଡିଛି । ବସ୍ ଟି ନୂଆ ଗାଁରୁ ଆସିକା ଅଭିମୁଖେ ଆସୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଟ୍ରକ୍ କୁ ଧକ୍କା ଦେଇଥିଲା ।