
ଭୁବନେଶ୍ୱର,ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ ବସିବ । ସକାଳ ୧୧ଟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ ବୋଲି ଜଣାପଡିଛି । ।
କରୋନା ମହାମାରୀ କଟକଣା ସମୟରେ ଏଥର ଶୀତ ଅଧିବେଶନ ପରିଚାଳନା କିପରି ହେବ, କିଭଳି ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବ ସେନେଇ ଆଲୋଚନା କରିବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ବିଧାନସଭା ପରିସରରେ ସବୁ ଦଳର ପ୍ରତିନିଧିଙ୍କ ସହ ବାଚସ୍ପତି ଆଲୋଚନା କରିବେ । ସବୁ ଦଳ ସହଯୋଗ ଲୋଡ଼ିବେ ବାଚସ୍ପତି । ଶୀତ ଅଧିବେଶନରେ ପ୍ରଶ୍ନକାଳ ଉପରେ ଆଲୋଚନା ହେବ କି ନାହିଁ, ସେନେଇ ମତ ନିଆଯିବ । ପୂର୍ବରୁ ବିଧାନସଭା ମୌସୁମୀ ଅଧିବେଶନରେ ପ୍ରଶ୍ନକାଳକୁ ବାତିଲ କରାଯାଇଥିଲା । ସେହିପରି ଆଜି ତିର୍ତ୍ତୋଲ ଓ ବାଲେଶ୍ୱରର ନବ ନିର୍ବାଚିତ ବିଧାୟକଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO