

Related Stories
April 27, 2025
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ଙ୍କ ବିବାଦୀୟ ମନ୍ତବ୍ୟ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଟାଉନ ଥାନା ରେ ଏତଲା ଦିଆଯାଇଛି । ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀ ସଂସଦୀୟ କ୍ଷେତ୍ରରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ପରେ ସାରା ଭାରତ ଲୋକମାନେ ପୁରୀ ସହର କୁ ଚିହ୍ନିଲେ। ଏହି ଭଳି ନିମ୍ନ ଧରଣର ବାଚାଳାମି ବକ୍ତବ୍ୟ ପୁରୀ ସହର ବାସିଙ୍କୁ ଆଘାତ ଦେଇଛି । ଏହି ମନ୍ତବ୍ୟକୁ ବିରୋଧ କରି ଆଜି ପୁରୀ ସହର ର ସମସ୍ତ ବୁଦ୍ଧିଜିବୀ,ଜଗନ୍ନାଥ ପ୍ରେମୀ,ଭକ୍ତ ଓ ବିଭିନ୍ନ ରାଜନୈତିକ ଦଳ ତରଫରୁ କଡା ବିରୋଧ କରାଯାଇଛି । ରାଜ୍ୟ ଯୁବ ବିଜେଡି ର ଉପସଭାପତି ଶୁଭାଶିଷ ଖୁଣ୍ଟିଆ ନେତୃତ୍ବରେ ପୂର୍ବତନ ନଗରପାଳ ଗୌରହରି ପ୍ରଧାନ,ବିଜେଡି କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ମହାପାତ୍ର , ଖୁଣ୍ଟିଆ ସଦାଶିବ ପ୍ରଧାନ, ଦିପକ ରଞ୍ଜନ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଶଙ୍ଘମିତ୍ର ସିଂହାରି, ଲକ୍ଷ୍ମୀକାନ୍ତ ବେହେରା, ପୂର୍ଣ୍ଣଚନ୍ଦ୍ର ଦାସ, ବାବୁଲି ବାରିକ ,ଦିପକ କୁମାର ଦାସ ପ୍ରମୁଖ ଏକ ଶୋଭାଯାତ୍ରା ରେ ଯାଇ ଟାଉନ ଥାନା ରେ ଏତଲା ଦେଇଛନ୍ତି ।