ଆଜି ଚିହ୍ନଟ ହୋଇଥିବା ୭୪୯ ଜଣଙ୍କ ମଧ୍ୟରୁ ୪୩୭ ଜଣ ସଂଗରୋଧରୁ ହୋଇଥିବା ବେଳେ ୩୧୨ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୯ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୮୮ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଅନୁଗୁଳ ଜିଲ୍ଲାରୁ ୪୫ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ୱରରୁ ୩୮ ଜଣ, ବରଗଡ଼ରୁ ୨୪ ଜଣ, ଭଦ୍ରକରୁ ୧୫ଜଣ, ବଲାଙ୍ଗୀରରୁ ୨୪ ଜଣ ରହିଛନ୍ତି ।
‘ସେହିପରି ବୌଦ୍ଧରୁ ଜଣେ ହେଲେ କରୋନା ସଂକ୍ରମିତ ହୋଇ ନାହାନ୍ତି । କଟକରୁ ୩୭ ଜଣ, ଦେବଗଡ଼ରୁ ୨ ଜଣ, ଢେଙ୍କାନାଳୁ ୩୧ ଜଣ, ଗଜପତିରୁ ୫ ଜଣ, ଗଞ୍ଜାମରୁ ୭ ଜଣ, ଜଗତ୍ସିଂହପୁରରୁ ୪୮ ଜଣ, ଯାଜପୁରରୁ ୧୮ ଜଣ, ଝାରସୁଗୁଡ଼ାରୁ ୨୪ ଜଣ, କଳାହାଣ୍ଡିରୁ ୧୪ ଜଣ, କନ୍ଧମାଳରୁ ୭ ଜଣ, କେନ୍ଦ୍ରାପଡ଼ାରୁ ୩୦ ଜଣ, କେନ୍ଦୁଝରରୁ ୪୧ ଜଣ, ଖୋର୍ଦ୍ଧାରୁ ୮୮ ଜଣ, କୋରାପୁଟରୁ ୩ ଜଣ, ମାଲକାନଗିରିରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ମୟୂରଭଞ୍ଜରୁ ୭୮ ଜଣ, ନବରଙ୍ଗପୁରରୁ ୧୭ ଜଣ, ନୟାଗଡ ଜିଲ୍ଲାରୁ ୬ ଜଣ, ନୂଆପଡ଼ାରୁ ୧୪ ଜଣ, ପୁରୀରୁ ୧୫ ଜଣ, ରାୟଗଡା ଜିଲ୍ଲାରୁ ୨ ଜଣ, ସମ୍ବଲପୁରରୁ ୨୮ ଜଣ, ସୋନପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୫୫ ଜଣ ଓ ଷ୍ଟେଟ୍ପୁଲ୍ରୁ ୨୧ ଜଣ ଚିହ୍ନଟ ହୋଇଛନ୍ତି ।