ଖବରପାଇ ସତ୍ୟଜିତଙ୍କ ପରିବାର ଲୋକ ପେଣ୍ଠ ସମୁଦ୍ର ବେଳାଭୂମିରେ ପହଞ୍ଚି ଛନ୍ତି । ପରିବାର ଲୋକେ ରୋଜଗାରିଅ। ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ।
ସମାନ ଢଙ୍ଗରେ ସମାନ ସ୍ଥାନରେ ଗତ ୧ ତାରିଖରେ ଏଠାରେ ଯାଜପୁର ଜିଲ୍ଲା ଜରୀ ଗାଁର ଆଉ ଜଣେ ଛାତ୍ର ଇଞ୍ଜିନିୟର ଗୌରବ ରଥ ମଧ୍ୟ ସାଙ୍ଗ ମାନଙ୍କ ସହିତ ସମୁଦ୍ରରେ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ । ୨ ତାରିଖରେ ସମୁଦ୍ର ଢେଉରୁ ତାଙ୍କ ମୃତ ଶରୀର ଉଦ୍ଧାର ହୋଇଥିଲା ।
ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳରେ କଟକଣା ଥିବାରୁ ଏହି ହୁଗୁଳା ପର୍ଯ୍ୟଟନ ସ୍ଥଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଛୁଟିଦିନରେ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ଏତେ ବୃଦ୍ଧି ପାଉଛି ଯେ ସ୍ଥାନୀୟ ଗାଁ ଲୋକେ ତ୍ରାହିତ୍ରାହି ଡାକୁଛନ୍ତି । ଅଧିକ ସଂଖ୍ୟାରେ ଯୁବକ ଯୁବତୀ ମାନେ ଏଠାକୁ ଆସୁଥିବାରୁ ଉଛୃଙ୍ଖଳତା ବୃଦ୍ଧି ପାଉଛି । ମଦ କାରବାର ଓ ମଦୁଅ।ଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଜିଲ୍ଲା ପ୍ରଶାସନର ଏହି ସମ୍ବେଦନଶୀଳ ଘଟଣା ପ୍ରତି ନଜର ନଦେବାରୁ ୧୫ ମଧ୍ୟରେ ଦୁଇଦୁଇଟି ଇଞ୍ଜିନିୟରଙ୍କ ଜୀବନ ଚାଲିଗଲା ବୋଲି ଅଭିଯୋଗ ଉଠିଛି । ଅନ୍ୟପକ୍ଷରେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଖୁବ ଶିଘ୍ର ପେଣ୍ଠ ବେଳାଭୂମିରେ କଟକଣା ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ।