
ମାଲକାନଗିରି– ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣଙ୍କ ମୃତ୍ୟୁ ଘଟଣାରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାମରେ ପୂର୍ବରୁ ପୋଲିସ ହତ୍ୟା ମାମଲା ରୁଜ୍ଜୁ କରିଥିବା ବେଳେ ଏବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ବଦଳି କରାଯାଇଥିବା ସୂଚନା ମିଳିଛି । ସେହିପରି ୱାଇ. ବିଜୟ ମାଲକାନଗିରର ନୂଆ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିବା ଜଣାପଡିଛି । ମନୀଷଙ୍କୁ ଯୋଜନା ଓ ସଂଯୋଜନନା ବିଭାଗ ଉପସଚିବ ଭାବେ ଅବସ୍ଥାପିତ କରାଯାଇଥିବା ନେଇ ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।
କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବରୁ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି ମାଲକାନଗିରି ପୋଲିସ । ଆଇପିସିର ଧାରା ୩୦୨, ୫୦୬, ୨୦୧ , ୨୦୪, ୧୨୦ (ବି) ଓ ୩୪ ବଳରେ ପୋଲିସ ମାମଲା ରୁଜ୍ଜୁ କରିଛି ପୋଲିସ ।
ପ୍ରକାଶ ଥାଉ କି, ପୂର୍ବରୁ ସତୀଗୁଡ଼ା ଜଳଭଣ୍ଡାରରୁ ଦେବ ନାରାୟଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ୍ୟୁ ଘଟଣାକୁ ନେଇ ଦେବ ନାରାୟଣଙ୍କ ପରିବାର ଏସଡିଜେଏମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO