
କେନ୍ଦ୍ରାପଡ଼ା– କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦାରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଆଜି ମାନବ ଶୃଙ୍ଖଳ ଦେଖିବାକୁ ମିଳିଛି । ଦୀର୍ଘ ଦୁଇ କି.ମି. ବ୍ୟାପୀ ମାନବ ଶୃଙ୍ଖଳରେ ଛିଡା ହୋଇ ଲୋକେ ବିରୋଧ ପ୍ରଦର୍ଶନ କରିଛନ୍ତି । ହଜାର ହଜାର ସଂଖ୍ୟାରେ ଲୋକେ ବିରୋଧ ପ୍ରଦର୍ଶନ କରି ମାନବ ଶୃଙ୍ଖଳରେ ଘଂଟା ଘଂଟା ଧରି ଛିଡା ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।