
ଲଣ୍ଡନ , କରୋନା ସଂକ୍ରମିତଙ୍କ ସହ ସମ୍ପର୍କରେ ଆସିଥିବା କାରଣରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ପୁଣି ଥରେ ଆଇସୋଲେସନରେ ଭର୍ତ୍ତି ହୋଇଥିବା ଜଣା ପଡିଛି । ପ୍ରଧାନମନ୍ତ୍ରୀ ଜନସନ୍ ନିଜେ ଟ୍ବିଟକରି ଏହି ସୂଚନା ଦେଇଛନ୍ତି ।
ସେ ଟ୍ବିଟ କରି କହିଛନ୍ତି ଯେ, କୋଭିଡ-୧୯ ଚିହ୍ନଟ କିଛି ଲୋକଙ୍କ ସଂସ୍ପର୍ଶରେ ସେ ଆସିଥିଲେ । ତେଣୁ ସଂକ୍ରମିତ ଆଶଙ୍କାକୁ ଦୃଷ୍ଟିରେ ରଖି ଜନସନ୍ ନିଜକୁ ଆଇସୋଲେସନରେ ରଖିଥିବା ଜଣାଯାଇଛି ।
ସେ କହିଛନ୍ତି ଯେ ମୋ ଶରୀରରେ କରୋନାର ଲକ୍ଷଣ ନାହିଁ । ମୁଁ ସୁସ୍ଥ ଅଛି । କିନ୍ତୁ କୋଭିଡ କଟକଣାକୁ ମାନି ଆଇସୋଲେସନରେ ରହିବାକୁ ନିଷ୍ପତ୍ତି ନେଇଛି । କିନ୍ତୁ କରୋନା କାଳରେ ସରକାରଙ୍କ ଦାୟିତ୍ୱ ପୂର୍ବ ଭଳି ତୁଲାଇବି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଜନସନ ପୂର୍ବରୁ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେହି ସମୟରେ ସେ ଆଇସୋଲେସନରେ ଥାଇ ମଧ୍ୟ ନିଜ କର୍ତ୍ତବ୍ୟରେ ଅବହେଳା କରି ନଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO