ପାଳିତ ହୋଇଛି|
ଆଜି ଉକ୍ତ ନୀତି ନିମନ୍ତେ ମହାପ୍ରଭୁଙ୍କ ଅବକାଶ ନୀତି ଘ.୭.୨୦ ରେ ଶେଷ ହେବାପରେ ମଇଲମ ହୋଇ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ସମୟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ତୁଳସୀ ମିଶା ଏକ ମାଳ(ଆଜ୍ଞା ମାଳ) ଲାଗି ହୋଇଥିଲେ । ସକାଳଧୂପ ପୂଜା ଘ.୧୦. ୧୫ ରେ ଆରମ୍ଭ ହୋଇ ଘ.୧୧.୪୫ରେ ସରିବା ପରେ ମହାପ୍ରଭୁଙ୍କ ବାଳଧୂପ ଘ.୧୧.୪୫ ରେ ବସି ଦିବା ଘ.୧୨.୦୦ ରେ ଶେଷ ହେବା ପରେ ଭିତର ଧୋପଖାଳ ହେଲାପରେ ମହାଜନେ ଦକ୍ଷିଣ ଘରୁ ଅମାବାସ୍ୟା ଶ୍ରୀ ନାରାୟଣଙ୍କୁ ଆଣି ସିଂହାସନ ରେ ଘ.୧୨.୨୫ ରେ ବିଜେ କରାଇଥିଲେ | ପାଳିଆ ପୂଜାପଣ୍ଡା ଆସି ଗରାବଡୁଙ୍କ ଠାରୁ ହାତୁଆଣି ନେଇ ହାତ ଧୋଇ ଶ୍ରୀନାରାୟଣ ଙ୍କୁ ଶ୍ରୀଜଗନ୍ନାଥ ଲାଗି ହୋଇଥିବା ଆଜ୍ଞାମାଳ ଲାଗି କରାଇଥିଲେ |ଏହାପରେ ମହାଜନେ ତାଙ୍କୁ ହାତରେ ବିଜେ କରାଇ ନେଇ ବଟ ଦ୍ୱାରା ଦେଇ ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ଘ. ୧୨.୩୦ ରେ ବିଜେ କରାଇ ଥିଲେ ।ବିମାନବଡୁ ସେବକମାନେ ବିମାନକୁ ବୋହି ଆନନ୍ଦ ବଜାର ଦ୍ୱାର ବାଟେ ଶ୍ରୀମନ୍ଦିରରୁ ସିଂହଦ୍ୱାର ଦେଇ ଘ.୧୨.୪୦ ମି ରେ ସମୁଦ୍ର କୂଳ ସ୍ୱର୍ଗଦ୍ୱାର କୁ ବିଜେ କରିଥିଲେ । ବିମାନ ସଙ୍ଗରେ ହୋମ ପାଳିଆ,ପୂଜାପଣ୍ଡା,ଆସ୍ଥାନ ପଢ଼ିଆରୀ,ବାସି ପାଳିଆ ଗରାବଡୁ,ଘଣ୍ଟୁଆ,ଛତାର, କାହାଳିଆ ଯାଇଥିଲେ । ସେଠାରେ ଗରାବଡୁ ରୁପା ପିଙ୍ଗଣରେ ସମୁଦ୍ରରୁ ଜଳ ଆଣି ପଣ୍ଡାଙ୍କୁ ଦେବାରେ ପଣ୍ଡା ତାହା ସଂସ୍କାର କରି ଠାକୁରଙ୍କୁ ଲାଗି କରାଇ ଥିଲେ । ସେଠାରେ ସାବତ ନିଯୋଗ ତରଫରୁ ପଣା ଭୋଗ ହୋଇ କର୍ପୁର, ଆଳତି ,ବନ୍ଦାପନା,ସାତବତୀ ଆଳତି,ସଞ୍ଜ କାହାଳୀ ଆଳତି ହେବାପରେ ବିମାନବଡୁ ମାନେ ଠାକୁରଙ୍କୁ ପାଲିଙ୍କିରେ ନେଇ ହରି ଦାସ ମଠ ଗୋହିରି ଦେଇ ଘଣ୍ଟା,ଛତା ଓ କାହାଳି ସହ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିର ଭିତରେ ନେଇ ବିଜେ କରାଇ ଥିଲେ । ସେଠାରେ ଠାକୁରଙ୍କର ଦହି ଓ ପଞ୍ଚାମୃତ ରେ ମହାସ୍ନାନ ପରେ, ପଞ୍ଚ ଉପଚାର ରେ ପୂଜା ହୋଇ ଖଇ,କୋରା, ଇତ୍ୟାଦି ଶିତଳ ଭୋଗ ପରେ ବନ୍ଦାପନା ସହ ଏହିମତେ ଶ୍ରୀନାରାୟଣ ଠାକୁରଙ୍କ ସାଗର ବିଜେ ନୀତି ସରିବା ପରେ ,ମହାଜନେ ଶ୍ରୀନରାୟଣ ଠାକୁରଙ୍କୁ ହାତରେ ନେଇ ପାଲିଙ୍କିରେ ବିଜେ କରାଇବା ପରେ ବିମାନବଡୁ ମାନେ ପାଲିଙ୍କି ହରଚଣ୍ଡି ସାହି ଓ ମଣିକର୍ନିକା ସାହି ଦେଇ ସିଂହଦ୍ୱାର ବାଟେ ଅପରାହ୍ନ ଘ.୨ ଟା ସମୟରେ ଶ୍ରୀମନ୍ଦିର କୁ ବାହୁଡା ବିଜେ କରିଥିଲେ |
Related Stories
November 23, 2024