ଆଜି ଚିହ୍ନଟ ହୋଇଥିବା ୭୫୩ ଜଣଙ୍କ ମଧ୍ୟରୁ ୪୩୪ ଜଣ ସଂଗରୋଧରୁ ହୋଇଥିବା ବେଳେ ୩୧୯ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲାରେ ସବୁଠାରୁ ଅଧିକ ୭୫ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଅନୁଗୁଳ ଜିଲ୍ଲାରୁ ୪୭ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ୱରରୁ ୩୨ ଜଣ, ବରଗଡ଼ରୁ ୩୧ ଜଣ, ଭଦ୍ରକରୁ ୧୭ଜଣ, ବଲାଙ୍ଗୀରରୁ ୪୧ ଜଣ ରହିଛନ୍ତି ।
ସେହିପରି ବୌଦ୍ଧରୁ ୧୨ ଜଣ, କଟକରୁ ୪୧ ଜଣ, ଦେବଗଡ଼ରୁ ୩ଜଣ, ଢେଙ୍କାନାଳୁ ୧୧ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୧୧ ଜଣ, ଜଗତ୍ସିଂହପୁରରୁ ୨୬ ଜଣ, ଯାଜପୁରରୁ ୬ ଜଣ, ଝାରସୁଗୁଡ଼ାରୁ ୨୬ ଜଣ, କଳାହାଣ୍ଡିରୁ ୪୭ ଜଣ, କନ୍ଧମାଳରୁ ୧୦ ଜଣ, କେନ୍ଦ୍ରାପଡ଼ାରୁ ୨୬ ଜଣ, କେନ୍ଦୁଝରରୁ ୨୭ ଜଣ, ଖୋର୍ଦ୍ଧାରୁ ୭୪ ଜଣ, କୋରାପୁଟରୁ ୧୨ ଜଣ, ମାଲକାନଗିରିରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ମୟୂରଭଞ୍ଜରୁ ୨୫ ଜଣ, ନବରଙ୍ଗପୁରରୁ ୧ ଜଣ, ନୟାଗଡ ଜିଲ୍ଲାରୁ ୬ ଜଣ, ନୂଆପଡ଼ାରୁ ୬୫ ଜଣ, ପୁରୀରୁ ୩୪ ଜଣ, ରାୟଗଡା ଜିଲ୍ଲାରୁ ୫ ଜଣ, ସମ୍ବଲପୁରରୁ ୨୦ ଜଣ, ସୋନପୁରରୁ ୭ ଜଣ, ସୁନ୍ଦରଗଡ଼ରୁ ୭୫ ଜଣ ଓ ଷ୍ଟେଟ୍ପୁଲ୍ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି ।