ଦେବଗଡ଼– ସମ୍ବଲପୁରରୁ ଫେରୁଥିବା ବେଳେ ସାଂସଦ ନୀତିଶ ଗଙ୍ଗଦେବଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତାଙ୍କ କାର୍ କୁ ଏକ ଟ୍ରକ୍ ପଛରୁ ଧକ୍କା ଦେଇଛି । ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତିଛନ୍ତି ସମ୍ବଲପୁର ସାଂସଦ ।
ଗତକାଲି ରାତିରେ ୪୯ ନଂ ଜାତୀୟ ରାଜପଥର ଦେବଗଡ଼ ଥାନା ଅନ୍ତର୍ଗତ କୁରଡ଼ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ସାଂସଦ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ । ହେଲେ କାର୍ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମସ୍ତ ଆରୋହୀ ସୁସ୍ଥ ଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଡ଼୍ରାଇଭରକୁ ଅଟକ ରଖି ପଚରା ଉଚୁରା ଜାରୀ ରଖିଛି । କିପରି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ପୋଲିସ ସେନେଇ ଛାନଭିନ୍ ଜାରୀ ରଖିଛି ।