-
କରୋନା ସକ୍ରିୟ ମାମଲା ସଂଖ୍ୟା 5 ଲକ୍ଷ ତଳକୁ ଖସିଲା
-
80 ଲକ୍ଷ ଡେଇଁଲା ଆରୋଗ୍ୟ ସଂଖ୍ୟା
-
ସର୍ବମୋଟ ନମୁନା ପରୀକ୍ଷା 12 କୋଟି ଟପିଲା
ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଦେଶରେ ସକ୍ରିୟ ମାମଲାରେ ହ୍ରାସ ଧାରା ନିରନ୍ତର ଭାବେ ଜାରି ରହିଛି । ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ କରୋନା ସଂକ୍ରମଣର ନୂଆ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଭାରତରେ ସକ୍ରିୟ ମାମଲା ସଂଖ୍ୟା ଏତେ ତଳକୁ ଖସିବା ନିଶ୍ଚିତ ଗୁରୁତ୍ୱ ବହନ କରୁଛି ।
କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ, ଲକ୍ଷ୍ୟଭିତ୍ତିକ ରଣନୀତି ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ସେଗୁଡ଼ିକର ଫଳପ୍ରଦ କାର୍ଯ୍ୟକାରିତା, ଡାକ୍ତର ଏବଂ ସମସ୍ତ କୋଭିଡ-19 ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ତଥା ନିଃସ୍ୱାର୍ଥପର ସେବା ଯୋଗୁ ଭାରତ ଏଭଳି ଅଦ୍ଭୁତ ସଫଳତା ହାସଲ କରିପାରିଛି ।
27 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ 20,000ରୁ କମ ସକ୍ରିୟ ମାମଲା ରହିଛି ।
ମାତ୍ର 8 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର 20,000ରୁ ଅଧିକ ମାମଲା ରହିଛି; ଦୁଇଟି ରାଜ୍ୟ (ମହାରାଷ୍ଟ୍ର ଓ କେରଳ)ରେ 50,000ରୁ ଅଧିକ ସକ୍ରିୟ ମାମଲା ରହିଛି ।
ଗତ 24 ଘଣ୍ଟାରେ ଦେଶରେ 44,281 ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଏହି ସମୟ ମଧ୍ୟରେ 50,326 ସକ୍ରିୟ ମାମଲା ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ଲଗାତର 39 ଦିନ ହେଲା ଦୈନିକ କରୋନା ମାମଲା ତୁଳନାରେ ଦୈନିକ ଆରୋଗ୍ୟ ସଂଖ୍ୟା ଅଧିକ ହେବାରେ ଲାଗିଛି ।
ମୋଟ ଆରୋଗ୍ୟ ଏବଂ ମୋଟ ସକ୍ରିୟ ମାମଲା ସଂଖ୍ୟା ମଧ୍ୟରେ ଏଭଳି ତଫାତ ଯୋଗୁ ଦେଶରେ ମୋଟ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ମୋଟ ଆରୋଗ୍ୟ ସଂଖ୍ୟା ଦେଶରେ 80 ଲକ୍ଷ ଅତିକ୍ରମ କରିଛି । ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା ଆଜିର ତାରିଖରେ 80,13,783 ରହିଛି । ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ 75,19,126କୁ ବୃଦ୍ଧି ପାଇଛି । ଆରୋଗ୍ୟ ହାର 92.79%କୁ ବୃଦ୍ଧି ପାଇଛି ।
ଅନ୍ୟ ଏକ ମାଇଲଖୁଣ୍ଟ ଭାବେ ଭାରତରେ ନମୁନା ପରୀକ୍ଷା ସଂଖ୍ୟା 12 କୋଟି ଅତିକ୍ରମ କରିଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 11,53,294 ନମୁନା ପରୀକ୍ଷା କରାଯାଇଛି ।
ନମୁନା ପରୀକ୍ଷଣ ଭିତ୍ତିଭୂମି ସୁଦୃଢ଼ ହେବା ଫଳରେ ସ୍ୱଳ୍ପ ଦୈନିକ ମାମଲା ସଂଖ୍ୟା ଧାରା ସମ୍ଭବ ହୋଇପାରିଛି ।
ନମୁନା ପରୀକ୍ଷଣ ସଂଖ୍ୟା ଅଧିକ ହେବା ଯୋଗୁ ରୋଗୀମାନଙ୍କୁ ଆଗୁଆ ଚିହ୍ନଟ କରାଯାଇ ପାରୁଛି । ଫଳରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ନ ଥିବା ଲୋକମାନେ ସଂକ୍ରମଣରୁ ସୁରକ୍ଷିତ ରହିପାରୁଛନ୍ତି ।
ନୂଆ ଦୈନିକ ମାମଲା ଲଗାତର ଭାବେ 50,000 ତଳେ ରହିଆସୁଛି ।
ନୂଆ ଆରୋଗ୍ୟ ମାମଲାର 77% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ରହିଥିବା ଦେଖିବାକୁ ମିଳିଛି ।
ମହାରାଷ୍ଟ୍ରରେ ଦୈନିକ ଆରୋଗ୍ୟ ସଂଖ୍ୟା ସର୍ବାଧିକ ରହିଛି । ରାଜ୍ୟରେ ଗତ 24 ଘଣ୍ଟାରେ ସର୍ବାଧିକ 6,718 ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଏହା ପଛକୁ କେରଳରେ 6,698 ରୋଗୀ ସୁସ୍ଥ ହୋଇଥିବା ବେଳେ ଦିଲ୍ଲୀରେ 6,157 ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ଦୈନିକ ନୂଆ କରୋନା ମାମଲାର 78% 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚିହ୍ନଟ କରାଯାଇଛି ।
ଦିଲ୍ଲୀରେ ସର୍ବାଧିକ ଦୈନିକ ନୂଆ ମାମଲା 7,830 ରହିଛି । ଏହା ପଛକୁ କେରଳରେ 6,010 ନୂଆ ମାମଲା ସାମ୍ନାକୁ ଆସିଛି ।