Related Stories
November 23, 2024
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ ,କରୋନା କ୍ଷତିଗ୍ରସ୍ତ ବସ୍ କର୍ମଚାରୀଙ୍କ ପାଇଁ ବହୁମୁଖୀ ସମବାୟ ସମିତିକୁ ଋଣ ଦେଉନି ଜାତୀୟକରଣ ବ୍ୟାଙ୍କ । ତେଣୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ନବକଳେବର ରୋଡ୍ ଶାଖା ସମ୍ମୁଖରେ ବିଷପାନ କରି ସମୁହ ଆତ୍ମହତ୍ୟା ପାଇଁ ଧମକ ଦେଇଛନ୍ତି ସମିତି କର୍ମକର୍ତ୍ତା । ଗତ ୮ ତାରିଖ ଦିନ ଜିଲାପାଳଙ୍କୁ ଦେଇଥିବା ବିପତ୍ରରେ ସମିତି ସମ୍ପାଦକ ଭୀମସେନ ଦାସ ଏଥିନେଇ ସୃଷ୍ଟଭାବେ ଉଲ୍ଲେଖ କରିଛନ୍ତି । ବୁଧବାର ପୁରୀ ବସ ଷ୍ଟାଣ୍ଡ ସ୍ଥିତ ନୀଳଗିରି ମୋଟର କର୍ମଚାରୀ ସଂଘ କାର୍ଯ୍ୟାଳୟ ସାମ୍ବାଦିକ ସମ୍ମିଳନୀରେ ସମିତି କର୍ମକର୍ତ୍ତା ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ପୁରୀ ପୌର ବସ୍ଷ୍ଟାଣ୍ଡରେ ରହିଛି ଅକ୍ଷୟ ସମୃଦ୍ଧି ବହୁମୁଖୀ ସମବାୟ ସମିତି । ଅଧିକାଂଶ ବସ୍ କର୍ମଚାରୀ ସେଥିରେ ସଭ୍ୟ ଅଛନ୍ତି । ସମିତିର ସଞ୍ଚୟ ଜମାଖାତା ୨୦୦୯ ମସିହାରୁ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଖୋଲାଯାଇଛି । ସମିତି ସେଠାରେ ଅର୍ଥ ଜମା ଏବଂ ଉଠାଇ ଆସୁଛି । କରୋନା ଯୋଗୁଁ କାମଧନ୍ଦା ହରାଇ ସମିତିର ସଭ୍ୟମାନେ ରୋଜଗାରରୁ ବଞ୍ଚିତ ହୋଇଛନ୍ତି । ତେଣୁ ଜାତୀୟକରଣ ବ୍ୟାଙ୍କରୁ ୫ଲକ୍ଷ ଟଙ୍କା ଣଆଣି ସଭ୍ୟମାନଙ୍କୁ ପ୍ରଦାନ ପାଇଁ ସମିତି ସମ୍ପାଦକ ଗତ ଜୁଲାଇ ୩ତାରିଖରେ ବ୍ୟାଙ୍କରେ ଦରଖାସ୍ତ କରିଥିଲେ । ମ୍ୟାନେଜର ଏଥିପାଇଁ ପ୍ରାୟ ୨ମାସ ଦୌଡାଇବା ପରେ ରଣଦେବାକୁ ଏବେ ମନା କରିଦେଇଥିବା ସମିତି ସମ୍ପାଦକ ଅଭିଯୋଗ କରିଛନ୍ତି । ଏଥିଯୋଗୁଁ ସମିତିର ସଭ୍ୟମାନେ ହତୋତ୍ସାହିତ ହୋଇପଡିଥିବା ସାମ୍ବାଦିକ ସମ୍ମିଳନୀରେ ସମିତି ପକ୍ଷରୁ କୁହାଯାଇଛି । ଏହି ଘଟଣାରେ ହସ୍ତକ୍ଷେପ ପାଇଁ ସମିତି ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଉପସଭାପତି ଅଜୟ କୁମାର ମିଶ୍ର, କୋଷାଧ୍ୟକ୍ଷ ଆପ୍ରାଣ ଦାଶ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।