
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ଅଂଚଳରେ ଗତ ଅକ୍ଟୋବର ୧୨ ତାରିଖ ରାତିରେ ଘଟିଯାଇଥିବା ଡ଼କାୟତି ଘଟଣାରେ ମାଷ୍ଟର ମାଇଣ୍ଡ କାଳିଆ ବେହେରା ସମେତ ୧୫ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନଙ୍କ ମଧ୍ୟରେ ୫ ଜଣ ଗ୍ରାହକ ମଧ୍ୟ ରହିଛନ୍ତି । ସେମାନଙ୍କ ନିକଟରୁ ସାଢ଼େ ୬ କେଜି ସୁନା ଗହଣା ଏବଂ ନଗଦ ୪ ଲକ୍ଷ ୪୪ ହଜାର ୫୦୦ ଟଙ୍କା ଜବତ ହୋଇଛି । ଗିରଫ ଅଭିଯୁକ୍ତ ମାନେ ବ୍ରହ୍ମପୁର ଓ ପୁରୁଷୋତମପୁର ଅଂଚଳର ବୋଲି ଦକ୍ଷିଣ-ପଶ୍ଚିମାଚଂଳ ଡିଆଇଜି ସତ୍ୟବ୍ରତ ଭୋଇ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତିି ।
ପ୍ରକାଶ ଥାଉ କି, ଘଟଣା ଦିନ ବିଳମ୍ବିତ ରାତିରେ ସୁନା ବ୍ୟବସାୟୀ ସୁରେନ୍ଦ୍ର ନାୟକଙ୍କ ଘରେ ପଶି ଆଲମିରା ଭାଙ୍ଗି ସାଢ଼େ ୬ କେଜି ଓଜନର ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ ।