
ସମ୍ବଲପୁର– ବୁର୍ଲା ସେଂଟ୍ରାଲ ଲାଇନରେ ଗତକାଲି ବିଳମ୍ବିତ ରାତିରେ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ଦୁଇ ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଭଙ୍ଗା କାଚ ବୋତଲ ଓ ଭୁଜାଲି ଜବତ ହୋଇଛି । ବୁର୍ଲା ପୋଲିସ ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ପୋଲିସ ମୁତୟନ କରାଯାଇଛି । ବୁର୍ଲା ଏସଡ଼ିପିଓ ଘଟଣାର ତଦନ୍ତ କରୁଛନ୍ତି ।
ଗତକାଲି ବଡ଼ଭାଇ ବୁଲୁ ବିଶୋଇଙ୍କ ମୃତ୍ୟୁ ଘଟିଥିବା ବେଳେ ଭିମସାରରେ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ସାନଭାଇ ମୁନା ବିଶୋଇଙ୍କ ମୃତ୍ୟୁ ଘଟିଛି । ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିବା ତାଙ୍କ ବାପା ପୀତବାସଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଅନ୍ୟପକ୍ଷରେ ଗୁରୁତର ଆହତ ପୀତବାସଙ୍କ ପତ୍ନୀ ସଙ୍ଗୀତା ଓ ଶାଳକ ମଧ୍ୟ ସମ୍ପ୍ରତି ଚିକିତ୍ସାଧିନ ରହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO