
ସମ୍ବଲପୁର– ବୁର୍ଲା ସେଂଟ୍ରାଲ ଲାଇନରେ ଗତକାଲି ବିଳମ୍ବିତ ରାତିରେ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ଦୁଇ ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଭଙ୍ଗା କାଚ ବୋତଲ ଓ ଭୁଜାଲି ଜବତ ହୋଇଛି । ବୁର୍ଲା ପୋଲିସ ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ପୋଲିସ ମୁତୟନ କରାଯାଇଛି । ବୁର୍ଲା ଏସଡ଼ିପିଓ ଘଟଣାର ତଦନ୍ତ କରୁଛନ୍ତି ।
ଗତକାଲି ବଡ଼ଭାଇ ବୁଲୁ ବିଶୋଇଙ୍କ ମୃତ୍ୟୁ ଘଟିଥିବା ବେଳେ ଭିମସାରରେ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ସାନଭାଇ ମୁନା ବିଶୋଇଙ୍କ ମୃତ୍ୟୁ ଘଟିଛି । ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିବା ତାଙ୍କ ବାପା ପୀତବାସଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଅନ୍ୟପକ୍ଷରେ ଗୁରୁତର ଆହତ ପୀତବାସଙ୍କ ପତ୍ନୀ ସଙ୍ଗୀତା ଓ ଶାଳକ ମଧ୍ୟ ସମ୍ପ୍ରତି ଚିକିତ୍ସାଧିନ ରହିଛନ୍ତି ।