
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ ,ପୁରୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିମାପଡା ଦେଉଳିସାହି ରେ ବାସକରୁଥିବା ଶିକ୍ଷୟିତ୍ରୀ ସସ୍ମିତା ସେନାପତି ଆତ୍ମାହୁତି ପାଇଁ ଆସିଥିଲେ | ଏସପିଙ୍କ ସହ ଆଲୋଚନା ପରେ ଅତିରିକ୍ତ ଏସପି ତଦନ୍ତ ପାଇଁ ପ୍ରତିଶୃତି ଦେଇଛନ୍ତି । ୨୦୦୬ ମସିହାରୁ ନିମାପଡ଼ା ଦହିଜଙ୍ଗ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ କ୍ରୀଡା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ସସ୍ମିତା ସେନାପତିଙ୍କୁ ସେହି ସ୍କୁଲର ପ୍ରଧାନଶିକ୍ଷକ ଲିଙ୍ଗରାଜ ଖଟୋଇ ମନ୍ଦ ଉଦ୍ଦେଶ୍ୟ ରଖି ଅସଦାଚରଣ କରିବା ସହ ତାଙ୍କୁ ଜୀବନରେ ମାରିଦେବାକୁ କହିଥିବା ଗତମାସ ୧୪ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ମାମଲା ରୁଜୁ କରି ସଙ୍ଗୀନ ଦଫା ଲଗାଇଥିଲେ ହେଁ ଅଭିଯୁକ୍ତ ପ୍ରଧାନଶିକ୍ଷକକୁ ଗିରଫ ନକରିବାରୁ ସସ୍ମିତା ଏସପି, କୋର୍ଟ, ଜିଲ୍ଲା ଶିକ୍ଷା ଅଧୁକାରୀ ଓ ରାଜ୍ୟ ମାନବାଧିକାର କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ ।
ଏସବୁ ସତ୍ତ୍ୱେ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ । ସ୍କୁଲକୁ ସସ୍ମିତା ଗଲେ ତାଙ୍କୁ କର୍ମଚାରୀ ଉପସ୍ଥାନ ଖାତାରେ ଦସ୍ତଖତ କରିବାକୁ ଉନାହାନ୍ତି । ଫଳରେ ମାନସିକ ଭାରସାମ୍ୟ ହରାଇ ସେ ଆଜି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବା ପାଇଁ ଆସିଥିଲେ । କିନ୍ତୁ ପରେ ଏସପିଙ୍କ ସହ ଆଲୋଚନା ପରେ ଯଥାଶୀଘ୍ର ଅତିରିକ୍ତ ଏସପି ସ୍କୁଲ ଓ ଗାଁକୁ ଯାଇ ଘଟଣାର ତଦନ୍ତ କରିବାକୁ ଏସପି ପ୍ରତିଶୃତି ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO