-
ପଜିଟିଭିଟି ହାର ଏବଂ ଦୈନିକ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ଖସିବାରେ ଲାଗିଛି
ଆଜକୁ 37 ଦିନ ପାଇଁ ନୂଆ କରୋନା ମାମଲା ସଂଖ୍ୟାକୁ ଆରୋଗ୍ୟ ସଂଖ୍ୟା ଅତିକ୍ରମ କରିଯାଇଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 48,405 ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ।
ଏଭଳି ଧାରା ବଳବତ୍ତର ରହିବା କାରଣରୁ ଭାରତର କରୋନା ସକ୍ରିୟ ରୋଗୀ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଏବେ ଏହି ସଂଖ୍ୟା 5.09 ଲକ୍ଷ ରହିଛି । ମୋଟ କରୋନା ଆକ୍ରାନ୍ତ ସଂଖ୍ୟାର ଏହା 5.95% ରହିବା କାରଣରୁ ଭାରତର ସକ୍ରିୟ ରୋଗୀ ସଂଖ୍ୟା 5,09,673କୁ ହ୍ରାସ ପାଇଛି ।
କରୋନା ଆରୋଗ୍ୟ ହାର ଲଗାତର ଭାବେ ବୃଦ୍ଧି ପାଉଥିବାରୁ ନୂଆ ମାମଲା ସଂଖ୍ୟାଠାରୁ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଆରୋଗ୍ୟ ହାର ଏବେ 92.56% ରହିଛି । କରୋନା ମହାମାରୀରୁ ସୁସ୍ଥ ହୋଇସାରିଥିବା ମୋଟ ଲୋକଙ୍କ ସଂଖ୍ୟା 79,17,373କୁ ବୃଦ୍ଧି ପାଇଛି । ମୋଟ ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ଏବେ 74,07,700ରେ ପହଞ୍ଚିଛି ।
ନୂଆ ମାମଲା ସଂଖ୍ୟା କମୁଥିବାରୁ ଭାରତର ପଜିଟିଭିଟି ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ତଥାପି ଟେଷ୍ଟିଙ୍ଗ ଉପରେ କେନ୍ଦ୍ର ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କର ଗୁରୁତ୍ୱ ବଜାୟ ରହିଛି । ଭାରତର ମୋଟ ପଜିଟିଭିଟି ହାର ଆଜି 7.19%କୁ ଖସିଛି ।
ଦିନକରେ ଆରୋଗ୍ୟ ଲାଭ କରିଥିବା ମୋଟ ଲୋକଙ୍କ ମଧ୍ୟରୁ 79% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି ।
ଦୈନିକ ଆରୋଗ୍ୟ ସଂଖ୍ୟାରେ ସବୁଠାରୁ ଉପରେ ଥିବା ମହାରାଷ୍ଟ୍ରରେ ଗତ 24 ଘଣ୍ଟାରେ ସର୍ବାଧିକ 8,232 ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । କେରଳରେ ନୂଆ ସୁସ୍ଥ ମାମଲା ସଂଖ୍ୟା 6,853 ହୋଇଥିବା ବେଳେ ଏହା ପଛକୁ ଥିବା ଦିଲ୍ଲୀରେ ଏହି ସଂଖ୍ୟା 6,069 ରହିଛି ।
ଦୈନିକ ନୂଆ ମାମଲା ସଂଖ୍ୟାର 79% 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛି ।
ଦୈନିକ ନୂଆ ମାମଲା ସଂଖ୍ୟାରେ ଦିଲ୍ଲୀ ଶୀର୍ଷରେ ରହିଛି । ଗତ 24 ଘଣ୍ଟାରେ ଏଠାରେ 7,745 ନୂଆ ମାମଲା ଠାବ କରାଯାଇଛି । ଦିଲ୍ଲୀ ପଛକୁ ମହାରାଷ୍ଟ୍ରରେ 5,585 ମାମଲା ଏବଂ କେରଳରେ 5,440 ମାମଲା ସାମ୍ନାକୁ ଆସିଛି ।
ଗତ 24 ଘଣ୍ଟାରେ ଦେଶରେ 490 ଲୋକ ପ୍ରାଣ ହରାଇଛନ୍ତି । କରୋନା ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ଦିନକରେ ପ୍ରାଣ ହରାଇଥିବା 490 ମାମଲା ମଧ୍ୟରୁ ପାଖାପାଖି 81% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି । ଗତ 24 ଘଣ୍ଟାରେ ହୋଇଥିବା ମୋଟ ମୃତ୍ୟୁର ଏକ ଚତୁର୍ଥାଂଶରୁ ଅଧିକ (25.51%) ମହାରାଷ୍ଟ୍ରରୁ ରହିଛନ୍ତି । ରାଜ୍ୟରେ ଦିନକରେ 125 ଜଣଙ୍କ ମୃତ୍ୟୁ ଘଟିଛି । ଏହା ପଛକୁ ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଯଥାକ୍ରମେ 77 ଓ 59 ଜଣଙ୍କ ମୃତ୍ୟୁ ହୋଇଛି ।