ନୂଆଦିଲ୍ଲୀ-ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍)-୨୦୨୦ର ଫାଇନାଲ ମ୍ୟାଚ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଭାରତୀୟ ସମୟ ରାତି ସାଢ଼େ ୭ଟାରେ ଟୁର୍ଣ୍ଣାମେଣ୍ଟର ଏହି ହାଇଭୋଲଟେଜ ମୁକାବିଲା ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଶ୍ରେୟସ ଆୟରଙ୍କ ନେତୃତ୍ୱ ଟିମ ଦିଲ୍ଲୀ ୪ ଥର ବିଜେତା ମୁମ୍ବାଇ ପର୍ଯ୍ୟନ୍ତ ଇତିହାସରେ ପ୍ରଥମ ଥର ଦିଲ୍ଲୀର ଟିମ ଫାଇନାଲ ମୁକାବିଲା ଖେଳିବ । ଦିଲ୍ଲୀ ରବିବାର କ୍ୱାଲିଫାୟର-୨ରେ ସନରାଇଜର୍ସ ହାଇଦ୍ରାବାଦ୍କୁ ୧୭ ରନ୍ରେ ପରାସ୍ତ କରିଛି । ଟ୍ରଫି ପାଇଁ ବର୍ତ୍ତମାନର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ମୁକାବିଲା କରିବା ପୂର୍ବରୁ ରଣନୀତି ପ୍ରସ୍ତୁତ କରିସାରିଛି । ସେହିପରି ରୋହିତ ଶର୍ମା ମଧ୍ୟ ନିଜର ମୁମ୍ବାଇ ଇଣ୍ଡିଆନ୍ସକୁ ବିଜୟୀ କରି ୫ମ ଥର ପୁଣି ଥରେ ଇତିହାସ ରଚିବା ଲକ୍ଷ୍ୟ ରଖିଛନ୍ତି ।
କ୍ୱାଲିଫାୟର-୨ରେ ଦିଲ୍ଲୀ ଟିମ ଗତ ୮ତାରିଖରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା । ମ୍ୟାଚ ପରେ ପୁରସ୍କାର ବିତରଣ ସମାରୋହରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର କହିଥିଲେ, ତାଙ୍କ ଟିମ ଲାଗି ବହୁତ ଖୁସିର ସମୟ ଆସିଛି । ଟିମ ଅନେକ ଉତଥାନ ଓ ପତ୍ତନ ଦେଇ ଗତି କରିଛି । ଆମେ ଗୋଟିଏ ପରିବାର ଭଳି ଖେଳୁଛୁ । ଜଣେ ଅଧିନାୟକ ଭାବେ ଅନେକ ଦାୟିତ୍ୱ ତୁଲାଇବାକୁ ପଡ଼ିଥାଏ ।
ଆୟର କହିଥିଲେ, ଜଣେ ବ୍ୟାଟ୍ସମ୍ୟାନ ଭାବେ ଆପଣଙ୍କୁ ନିରନ୍ତରତା ଜାରି ରଖିବାକୁ ହୋଇଥାଏ । କିନ୍ତୁ ମୁଁ ଭାବୁଛି, ମୋର ସହଯୋଗୀ ଖେଳାଳିମାନେ ବହୁତ ସମର୍ଥନ କରିଛନ୍ତି । ଭାଗ୍ୟଶାଳୀ ହୋଇପାରିଛି ଯେ, ଏତେ ଭଲ ଟିମ ମିଳିଛି । ଆସନ୍ତା ମ୍ୟାଚରେ ମଧ୍ୟ ଆମେ ପୂର୍ଣ୍ଣ ସ୍ୱାଧୀନତାର ସହିତ ପଡ଼ିଆକୁ ଓହ୍ଲାଇବୁ ବୋଲି କହିଥିଲେ ଆୟର ।