ଭୁବନେଶ୍ୱର– ପବ୍ଲିକ୍ ଆକାଉଂଟସ୍ କମିଟିର ବୌଠକ ଏହାର ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୯ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖାଦ୍ୟଯୋଗାଣ, ହସ୍ତତନ୍ତ ଏବଂ ବୟନ ଶିଳ୍ପ, ସମବାୟ ବିଭାଗ ଉପରେ ଆଲୋଚନା ହୋଇଥିଲା । କୋଭିଡ୍ କଟକଣା ଯୋଗୁଁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ହୋଇଥିବା ଉକ୍ତ ବୈଠକରେ ମାନ୍ୟବର ବିଧାନସଭା ସଭ୍ୟ ବଦ୍ରିନାରାୟଣ ପାତ୍ର, ଅରବିନ୍ଦ ଢାଲି, ସତ୍ୟନାରାୟଣ ପ୍ରଧାନ, ମଞ୍ଜୁଳା ସ୍ୱାଇଁ, ପ୍ରଦୀପ କୁମାର ଦିଶାରୀ, ନିତ୍ୟାନନ୍ଦ ଗଣ୍ଡ, ବିଧାନ ସଭା ସଚବି ଦାଶର ଥୀ ଶତ ପଥୀଙ୍କ ସମେତ ସଂପୃକ୍ତ ବିଭାଗୀୟ ସଚିବ ଗଣ ଯୋଗାଦେ ଇଥିଲେ ।
Related Stories
June 17, 2024