ନୂଆଦିଲ୍ଲୀ– ଦିଲ୍ଲୀ କ୍ୟାପିଟାଲ୍ସକୁ ଆଇପିଏଲ୍-୨୦୨୦ର ଫାଇନାଲ ଟିକେଟ ମିଳିଛି । ଟୁର୍ଣ୍ଣାମେଣ୍ଟର ଏପର୍ଯ୍ୟନ୍ତ ଇତିହାସରେ ପ୍ରଥମ ଥର ଦିଲ୍ଲୀର ଟିମ ଫାଇନାଲ ମୁକାବିଲା ଖେଳିବ । ଦିଲ୍ଲୀ ରବିବାର କ୍ୱାଲିଫାୟର-୨ରେ ସନରାଇଜର୍ସ ହାଇଦ୍ରାବାଦ୍କୁ ୧୭ ରନ୍ରେ ପରାସ୍ତ କରିଛି । ଟ୍ରଫି ପାଇଁ ମୁକାବିଲଶ ବର୍ତ୍ତମାନର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ସହ ନଭେମ୍ବର ୧୦ ତାରିଖରେ ଖେଳାଯିବ ।
ମ୍ୟାଚ ପରେ ପୁରସ୍କାର ବିତରଣ ସମାରୋହରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର କହିଛନ୍ତି, ତାଙ୍କ ଟିମ ଲାଗି ବହୁତ ଖୁସିର ସମୟ ଆସିଛି । ଟିମ ଅନେକ ଉତଥାନ ଓ ପତ୍ତନ ଦେଇ ଗତି କରିଛି । ଆମେ ଗୋଟିଏ ପରିବାର ଭଳି ଖେଳୁଛୁ । ଜଣେ ଅଧିନାୟକ ଭାବେ ଅନେକ ଦାୟିତ୍ୱ ତୁଲାଇବାକୁ ପଡ଼ିଥାଏ ।
ଆୟର କହିଛନ୍ତି, ଜଣେ ବ୍ୟାଟ୍ସମ୍ୟାନ ଭାବେ ଆପଣଙ୍କୁ ନିରନ୍ତରତା ଜାରି ରଖିବାକୁ ହୋଇଥାଏ । କିନ୍ତୁ ମୁଁ ଭାବୁଛି, ମୋର ସହଯୋଗୀ ଖେଳାଳିମାନେ ବହୁତ ସମର୍ଥନ କରିଛନ୍ତି । ଭାଗ୍ୟଶାଳୀ ହୋଇପାରିଛି ଯେ, ଏତେ ଭଲ ଟିମ ମିଳିଛି । ଆସନ୍ତା ମ୍ୟାଚରେ ମଧ୍ୟ ଆମେ ପୂର୍ଣ୍ଣ ସ୍ୱାଧୀନତାର ସହିତ ପଡ଼ିଆକୁ ଓହ୍ଲାଇବୁ ବୋଲି କହିଛନ୍ତି ଆୟର ।