ସୂଚନାଯୋଗ୍ୟ, ପାକିସ୍ତାକୁ ନିକଟରେ ୟୁଏନଏଚଆରସିରେ ପୁଣି ଥରେ ଚୟନ କରାଯାଇଥିଲା । ମାତ୍ର ଏହା ଭିନ୍ନ ଯେ, ଏହାର ମାନବାଧିକାର ରେକର୍ଡ ବିଶ୍ୱରେ ବହୁତ ଖରାପ । ପାଖାପାଖି ୨ ସପ୍ତାହ ପୂର୍ବରୁ ଜଣେ ଫ୍ରାନସିସି ଶିକ୍ଷକଙ୍କୁ କଟ୍ଟରପନ୍ଥୀ ଦ୍ୱାରା କେବଳ ଏଥିପାଇଁ ହତ୍ୟା କରାଯାଇଥିଲା, କାରଣ ସେ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ବିଚାର ରଖି ପୈଗମ୍ବର ମହମ୍ମଦଙ୍କ କାର୍ଟୁର୍ନ ଦେଖାଇଥିଲେ ।
ଏହା ପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମୈକ୍ରୋ ଆତଙ୍କବାଦକୁ ଇସଲାମ ସହିତ ଯୋଡ଼ିବା ନେଇ ବୟାନ ଦେଇଥିଲେ । ଏହାକୁ ନେଇ ପାକିସ୍ତାନ ସମେତ ତମାମ ମୁସିଲମ ଦେଶଗୁଡ଼ିକରେ ଫ୍ରାନ୍ସ ବିରୋଧରେ ମୋର୍ଚ୍ଚା ଖୋଲିଦେଇଥିଲେ । ଇମ୍ରାନ ଖାନ ଏହାକୁ ତର୍କ ଦେଖାଇ ପ୍ୟାରିସ ଘଟଣାକୁ ଉଚିତ ବୋଲି କହିଥିଲେ ଯେ, ଶିକ୍ଷକ କାର୍ଟୁନ ଦେଖାଇ ଭୁଲ କରିଥିଲେ ।
ୟୁଏନ ୱାଚଡଗ ପୂର୍ବରୁ ମଧ୍ୟ ପାକିସ୍ତାନ ଉପରେ ମାନବାଧିକାର ଉଲ୍ଲଂଘନର ଅଭିଯୋଗ ଆସିଛି । ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ନିର୍ଯାତନାର କରାଯିବା ଏକ ସାଧାରଣ କଥା । ପାକିସ୍ତାନରେ ପ୍ରତିବର୍ଷ ୧୦୦୦ରୁ ଅଧିକ ଝିଅଙ୍କୁ ଅପହରଣ କରାଯାଇଥାଏ । ପରେ ସେମାନଙ୍କୁ ଧର୍ମ ପରିବର୍ତ୍ତନ କରାଯାଇ ମୁସଲିମ ଧର୍ମ ଗ୍ରହଣ କରିବାକୁ ବଳ ପ୍ରୟୋଗ କରାଯାଇଥାଏ । ଏହି ପୀଡ଼ିତାଙ୍କ ବୟସ ୧୨ରୁ ୨୫ ବର୍ଷ ମଧ୍ୟରେ ଥାଏ ।