ନୂଆଦିଲ୍ଲୀ,ବିଶ୍ୱରେ କରୋନାରେ ମୋଟ ୪ କୋଟି ୮୪ ଲକ୍ଷ ୧୧ ହଜାର ୪୯୭ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୨ ଲକ୍ଷ ୩୦ ହଜାର ୧୦୦ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୩ କୋଟି ୪୬ ଲକ୍ଷ ୫୬ ହଜାର ୮୨୦ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୨୫ ଲକ୍ଷ ୨୪ ହଜାର ୫୭୭ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୮ ହଜାର ୧୫୪ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।
କରୋନା ଭାଇରସରେ ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ବିଶ୍ୱର ଅନ୍ୟ କୌଣସି ଦେଶ ତୁଳନାରେ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ । ଖୁବ ଅଳ୍ପ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କୋଟିଏରେ ପହଂଚିଯିବାର ଆଶଙ୍କା ରହିଛି । ଆଜି ସକାଳ ସାଢ଼େ ୬ଟା ୩୦ ସୁଦ୍ଧା ୯୭ ଲକ୍ଷ ୯୮ ହଜାର ୮୨୦ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୩୯ ହଜାର ୮୧୯ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୬୨ ଲକ୍ଷ ୮୩ ହଜାର ୨୮୪ ଜଣ ସୁସ୍ଥ ହୋଇଥିବା ବେଳେ ୩୨ ଲକ୍ଷ ୭୫ ହଜାର ୭୧୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୭ ହଜାର ୯୨୩ ଜଣ ଗୁରୁତର ଅଛନ୍ତି ।